Categories: ଖେଳ

କୋଟିଏ ଟଙ୍କାର ଅଫରକୁ ପ୍ରତ୍ୟାଖାନ କଲେ ବାବର ଆଜମ, ରିଜୱାନ, ଜାଣନ୍ତୁ ଏହାର କାରଣ…

ନୂଆଦିଲ୍ଲୀ,୬।୧୧: ବିଶ୍ୱକପରେ ପାକିସ୍ତାନୀ ଖେଳାଳିଙ୍କ ପ୍ରଦର୍ଶନ ଏତେ ଟା ଭଲ ନାହିଁ । ଆଫଗାନିସ୍ତାନ ଭଳି ଟିମ୍‌ ବିପକ୍ଷରେ ହାରିଯିବା ପରେ ପାକିସ୍ତାନ ଅନେକ ଲଜ୍ଜାର ସମ୍ମୁଖୀନ ହୋଇଛି। ବିଶେଷ କରି ପାକିସ୍ତାନର ପୂର୍ବତନ କ୍ରିକେଟରମାନେ ଅଧିନାୟକ ବାବର ଆଜମଙ୍କ ସମେତ ସମଗ୍ର ଦଳକୁ ଏଥିପାଇଁ ଦାୟୀ କରିଥିଲେ। ଶେଷ ମ୍ୟାଚରେ ପାକିସ୍ତାନ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରିଛି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ବିଜୟ ପରେ ସେମିଫାଇନାଲରେ ପ୍ରବେଶ କରିବାର ପାକିସ୍ତାନର ଆଶା ରହିଛି। ତେବେ ପାକିସ୍ତାନ ପାଇଁ ଆଗାମୀ ରାସ୍ତା ସହଜ ହେବ ନାହିଁ। ନିଜ ମ୍ୟାଚ ବ୍ୟତୀତ ପାକିସ୍ତାନକୁ ଅନ୍ୟ ଦଳର ଫଳାଫଳ ଉପରେ ନିର୍ଭର କରିବାକୁ ପଡିବ।

ଏହି ସମୟରେ ପାକିସ୍ତାନ ଅଧିନାୟକ ବାବର ଆଜମ ଏବଂ ଉଇକେଟ୍‌ କିପର ବ୍ୟାଟ୍ସମ୍ୟାନ ମହମ୍ମଦ ରିଜୱାନ କୋଟି ଟଙ୍କାର ଚୁକ୍ତିନାମାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ, ବାବର ଆଜମ ଏବଂ ମହମ୍ମଦ ରିଜୱାନ ଏକ ବେଟିଂ କମ୍ପାନୀର ଅଫରକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହି ଅଫରକୁ ପ୍ରତ୍ୟାଖ୍ୟାନ କରିବା ପରେ ବାବର ଆଜମ ପ୍ରାୟ ୨୫୦ ନିୟୁତ ଟଙ୍କା କ୍ଷତି ସହିଛନ୍ତି। ସେହିପରି ମହମ୍ମଦ ରିଜୱାନଙ୍କୁ ପ୍ରାୟ ୧୦୦ ମିଲିୟନ ଟଙ୍କା ହରାଇବାକୁ ପଡିଛି। ଏଥିସହ ବାବର ଆଜମ ଏବଂ ମହମ୍ମଦ ରିଜୱାନ କହିଛନ୍ତି ଯେ, ମୁସଲମାନ ହୋଇଥିବାରୁ ସେମାନେ କୌଣସସି ବ୍ୟାଟିଂ ବ୍ରାଣ୍ଡକୁ ସମର୍ଥନ କରିବେ ନାହିଁ।

Share