ସେମିଫାଇନାଲରୁ ବାଦ୍ ପଡ଼ିବା ପରେ ନିରାଶ ହୋଇ ବଡ଼ ବୟାନ ଦେଲେ ବାବର ଆଜାମ

କୋଲକାତା,୧୧।୧୧: ଶନିବାର ଖେଳାଯାଇଥିବା ଆଇସିସି ଦିନିକିଆ ବିଶ୍ୱକପ୍‌ର ଶେଷ ମ୍ୟାଚ୍‌ରେ ଇଂଲଣ୍ଡ ପାକିସ୍ତାନକୁ ୯୩ ରନରେ ପରାସ୍ତ କରିଛି। ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ନଅ ୱିକେଟ୍ ପାଇଁ ୩୩୭ ରନ୍ ସ୍କୋର କରିଥିଲା। ଏହାର ଜବାବରେ ପାକିସ୍ତାନ ଦଳ ୪୩.୩ ଓଭରରେ ୨୪୪ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ। ଏହିପରି, ଇଂଲଣ୍ଡ ନଅ ମ୍ୟାଚ୍‌ରେ ୬ ପଏଣ୍ଟ ସହ ଅଭିଯାନ ଶେଷ କରିଛି। ଦଳ ପଏଣ୍ଟ ଟେବୁଲରେ ସପ୍ତମ ସ୍ଥାନରେ ରହିଛି।

ବିଶ୍ୱକପ୍‌ର ଶ୍ରେଷ୍ଠ ଆଠରେ ରହିଥିବା ଦଳ ଚାମ୍ପିଅନ୍ସ ଟ୍ରଫି ପାଇଁ ଯୋଗ୍ୟତା ଅର୍ଜନ କରିବେ। ପାକିସ୍ତାନ ପଞ୍ଚମ ସ୍ଥାନ ହାସଲ କରିଛି କିନ୍ତୁ ଆୟୋଜକ ହୋଇ ଏହା ଚାମ୍ପିଅନ୍ସ ଟ୍ରଫି ପାଇଁ ଯୋଗ୍ୟତା ଅର୍ଜନ କରିସାରିଛି। ତେବେ ଇଂଲଠାରୁ ହବା ପରେ ବାବର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି “, ପ୍ରଦର୍ଶନକୁ ନେଇ ମୁଁ ଅତ୍ୟନ୍ତ ନିରାଶ। ଯଦି ଆମେ ଦକ୍ଷିଣ ଆଫ୍ରିକା ମ୍ୟାଚ୍ ଜିତିଥାନ୍ତୁ ତେବେ କାହାଣୀ ଭିନ୍ନ ହୋଇଥାନ୍ତା କିନ୍ତୁ ହଁ, ଆମେ ବୋଲିଂ, ବ୍ୟାଟିଂ ଏବଂ ଫିଲ୍ଡିଂରେ ଭୁଲ୍ କରିଥିଲୁ। ଆମେ ୨୦-୩୦ ରନ୍ ଅତିରିକ୍ତ ଦେଇଥିଲୁ। ଆମର ସ୍ପିନରମାନେ ୱିକେଟ୍ ନେଇ ନାହାଁନ୍ତି। ଏହାର ଏକ ବଡ ପ୍ରଭାବ ପଡିଛି। ଯଦି ସ୍ପିନରମାନେ ମଧ୍ୟ ଓଭରରେ ୱିକେଟ୍ ନ ନିଅନ୍ତି ତେବେ ଆପଣଙ୍କୁ ସଂଘର୍ଷ କରିବାକୁ ପଡିବ। ଆମେ ସକରାତ୍ମକ ଜିନିଷ ଗ୍ରହଣ କରିବୁ ଏବଂ ଆମର ଆଲୋଚନା ମଧ୍ୟ କରିବୁ।”

ଏହି ମ୍ୟାଚ୍ ପରେ ମଧ୍ୟ ଏହା ନିଶ୍ଚିତ ହୋଇଯାଇଛି ଯେ ସେମିଫାଇନାଲରେ ଭାରତ ନ୍ୟୁଜିଲ୍ୟାଣ୍ଡକୁ ଭେଟିବ ଯେତେବେଳେ ଦ୍ୱିତୀୟ ସେମିଫାଇନାଲ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ।

Share