Posted inଖେଳ

ଏକାଥରକେ ୫ କିମ୍ବଦନ୍ତୀଙ୍କ ରେକର୍ଡ ଭାଙ୍ଗି ବିଶ୍ୱ କ୍ରିକେଟ୍‌ରେ ନୂଆ କାରନାମା କଲେ ବାବର ଆଜମ

ପର୍ଥ,୧୭।୧୨: ପାକିସ୍ତାନର ପୂର୍ବତନ ଅଧିନାୟକ ବାବର ଆଜାମ ଟେଷ୍ଟ ମ୍ୟାଚରେ ବ୍ୟାଟ୍ସମ୍ୟାନଙ୍କ ସହ ବିଶେଷ କିଛି କରିପାରି ନ ଥିଲେ ମଧ୍ୟ ସେ ଅନ୍ତର୍ଜାତୀୟ କ୍ରିକେଟରେ ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ବାବର ଆଜାମ ତାଙ୍କର ୧୩ ହଜାର ରନ ପୂରଣ କରିଛନ୍ତି। ଟେଷ୍ଟ, ଦିନିକିଆ ଏବଂ ଟି -୨୦ ମିଳିତ ଭାବେ ୧୩୦୦୦ ରନ ସ୍କୋର କରିବାରେ ବାବର ଦ୍ରୁତତମ ପାକିସ୍ତାନୀ ବ୍ୟାଟ୍ସମ୍ୟାନ ହୋଇପାରିଛନ୍ତି। ଏହା କରି ବାବର ଏକକାଳୀନ ୫ ଜଣ ପୂର୍ବତନ କିମ୍ବଦନ୍ତୀ ଖେଳାଳିଙ୍କ ରେକର୍ଡ ଭାଙ୍ଗିଛନ୍ତି। ବାବର ତାଙ୍କର ୩୦୧ ତମ ଅନ୍ତର୍ଜାତୀୟ ଇନିଂସରେ ୧୩ ହଜାର ରନ ପୂରଣ କରିଥିଲେ, ଏହା କରି ସେ ପୂର୍ବତନ ମହାନ ଜାଭେଦ ମିଆଁଦାଦଙ୍କ ରେକର୍ଡ ଭାଙ୍ଗିଥିଲେ। ମିଆଁଦାଦ ୩୦୪ ଇନିଂସ ଖେଳି ଅନ୍ତର୍ଜାତୀୟ କ୍ରିକେଟରେ ୧୩୦୦୦ ରନ ପୂରଣ କରିଥିଲେ। ମିଆଁଦାଦଙ୍କ ବିଷୟରେ ବିଶେଷ କଥା ହେଲା, ସେ ଟି-୨୦ କ୍ରିକେଟ ଖେଳି ନାହାଁନ୍ତି। ମହମ୍ମଦ ୟୁସୁଫ ୩୨୨ ଇନିଂସ, ଇଞ୍ଜାମାମ ଉଲ ହକ ୩୫୨ ଇନିଂସ ଏବଂ ୟୁନିସ ଖାନ ୩୭୨ ତମ ଇନିଂସରେ ୧୨ ହଜାର ଅନ୍ତର୍ଜାତୀୟ ରନ ପୂରଣ କରିଛନ୍ତି।
ଦ୍ରୁତତମ ୧୩ ହଜାର ଅନ୍ତର୍ଜାତୀୟ ରନ (ପାକିସ୍ତାନ ପାଇଁ)
ବାବର ଆଜାମ – ୩୦୧ ଇନିଂସ
ଜାଭେଦ ମିଆନାଡ – ୩୦୪ ଇନିଂସ
ମହମ୍ମଦ ୟୁସୁଫ – ୩୨୨ ଇନିଂସ
ଇନଜାମାମ ଉଲ ହକ – ୩୫୨ ଇନିଂସ
ୟୁନିସ ଖାନ – ୩୭୨ ଇନିଂସ
ଏହା ବ୍ୟତୀତ ବାବର ଅନ୍ତର୍ଜାତୀୟ କ୍ରିକେଟରେ ପାକିସ୍ତାନ ପାଇଁ ସର୍ବାଧିକ ରନ ସଂଗ୍ରହ କରିବାରେ ପଞ୍ଚମ ବ୍ୟାଟ୍ସମ୍ୟାନ ହୋଇପାରିଛନ୍ତି। ସମସ୍ତ ଫର୍ମାଟରେ ମିଳିତ ଭାବେ ପାକିସ୍ତାନ ପାଇଁ ଇଞ୍ଜାମାମ ଉଲ ହକ ସର୍ବାଧିକ ରନ ସଂଗ୍ରହ କରିଛନ୍ତି। ଇଞ୍ଜାମାମ ପାକିସ୍ତାନ ପାଇଁ ୨୦୫୪୧ ରନ ସଂଗ୍ରହ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପରିସ୍ଥିତି ନା ରଣନୀତି…ହେମନ୍ତ ସୋରେନଙ୍କ ବରହେଟ୍‌ରେ କାହିଁକି ପ୍ରାର୍ଥୀ ଦେଉନାହିଁ ଭାଜପା?

ରାଞ୍ଚି,୨୬।୧୦: ଝାଡ଼ଖଣ୍ଡର ୬୮ ଆସନରେ ନିର୍ବାଚନ ଲଢ଼ୁଥିବା ଭାଜପା ୬୬ ଆସନରେ ପ୍ରାର୍ଥୀ ଘୋଷଣା କରିଛି। ହେଲେ ଯେଉଁ ୨ ଆସନରେ ଦଳ ପ୍ରାର୍ଥୀ ଦେଇ...

୨୨ ବର୍ଷରେ ଇତିହାସ ରଚିଲେ ଜୟସ୍ବାଲ, ଭାଙ୍ଗିଲେ ୪୫ ବର୍ଷ ପୁରୁଣା ରେକର୍ଡ

ପୁଣେ,୨୫।୧୦: ଟିମ୍‌ ଇଣ୍ଡିଆର ଯୁବ ଓପନର୍‌ ଯଶସ୍ବୀ ଜୟସ୍ବାଲ ନୂଆ ରେକର୍ଡ ନିଜ ନାମରେ କରିଛନ୍ତି। ଚଳିତ ବର୍ଷ ସେ ଟେଷ୍ଟ ଫର୍ମାଟରେ ସେ ଜବରଦସ୍ତ...

ଝାଡ଼ଖଣ୍ଡ ନିର୍ବାଚନ ମଇଦାନକୁ ଓହ୍ଲାଇଲେ ମହେନ୍ଦ୍ର ସିଂ ଧୋନୀ

ନୂଆଦିଲ୍ଲୀ,୨୬।୧୦: ନିର୍ବାଚନ ମଇଦାନରେ ନଜର ଆସିବେ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ନିକଟରେ ହେବାକୁ ଥିବା ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ତାଙ୍କୁ ଦେଖିବାକୁ...

ଇତିହାସ ରଚିଦେଲା ନ୍ୟୁଜିଲାଣ୍ଡ, ୧୨ ବର୍ଷ ପରେ ଘରୋଇ ମାଟିରେ ହାରିଲା ଟିମ୍‌ ଇଣ୍ଡିଆ

ପୁଣେ,୨୬।୧୦: ଭାରତ ବିପକ୍ଷ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍‌କୁ ଜିତିନେଇଛି ନ୍ୟୁଜିଲାଣ୍ଡ। ଫଳରେ ଦଳ ୧୨ ବର୍ଷ ପରେ ଭାରତ ମାଟିରେ ସିରିଜ ଜିତି ଇତିହାସ...

କାହିଁକି ଶାମିଙ୍କୁ ମିଳିଲାନି ଭାରତୀୟ ଦଳରେ ସ୍ଥାନ

ନୂଆଦିଲ୍ଲୀ,୨୬।୧୦: କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ବର୍ଡର-ଗାଭାସ୍କର ଟ୍ରଫି ପାଇଁ ୧୮ ଜଣିଆ ଟିମ ଇଣ୍ଡିଆ ଘୋଷଣା କରିଛି। ଅଷ୍ଟ୍ରେଲିଆ ଗସ୍ତରେ ଖେଳାଯାଇଥିବା ଏହି...

ସଙ୍କଟରେ ଟିମ୍‌ ଇଣ୍ଡିଆ: ସ୍ପିନ୍‌ ଖେଳିବାରେ ବିଫଳ

ପୁଣେ, ୨୬।୧୦:କ୍ୱାଲିଟି ସ୍ପିନ୍‌ ବୋଲିଂକୁ ମୁକାବିଲା କରିବାରେ ଭାରତୀୟ ବ୍ୟାଟରଙ୍କ ବିଫଳତା ପଦାରେ ପଡ଼ିଛି। ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ମାତ୍ର ୧୫୬...

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା: ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ, ୨୬।୧୦:ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଦିଲ୍ଲୀ ସ୍ପିଡ୍‌ଷ୍ଟର ହର୍ଷିତ ରାଣା ଓ ଆନ୍ଧ୍ର ସିମ୍‌...

ଖୋ ଖୋ ବିଶ୍ୱକପ୍‌ରେ ଭାଗ ନେବେ ୨୪ ଦେଶ

ନୂଆଦିଲ୍ଲୀ, ୨୬ା୧୦: ସ୍ଥାନୀୟ ଇନ୍ଦିରାଗାନ୍ଧୀ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଆସନ୍ତାବର୍ଷ ଜାନୁଆରୀ ୧୩ରୁ ୧୯ ତାରିଖ ପର୍ଯ୍ୟନ୍ତ ଖୋଖୋ ବିଶ୍ୱକପ୍‌ର ପ୍ରଥମ ସଂସ୍କରଣ ଅନୁଷ୍ଠିତ ହେବ। ଏଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri