Categories: ଖେଳ

ରେକର୍ଡ ଭାଙ୍ଗିଲେ ବାବର ଆଜମ

ନୂଆଦିଲ୍ଲୀ,୨୫।୮: ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍‌ର ପାକିସ୍ତାନ ଆଫଗାନିସ୍ତାନକୁ ଗୋଟିଏ ଉଇକେଟ୍‌ର ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ୩୦୦ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ପାକିସ୍ତାନ ୯ ଉଇକେଟ ହରାଇ ଲକ୍ଷ୍ୟ ହାସଲ କରିଛି। ବାବର ଆଜାମ ସର୍ବଶ୍ରେଷ୍ଠ ଇନିଂସ ଖେଳିଥିଲେ। ସେ ୫୩ ରନ ସଂଗ୍ରହ କରିଥିଲେ। ଏହି ଇନିଂସ ଯୋଗୁ ବାବର ତାଙ୍କ ନାମରେ ଏକ ସ୍ବତନ୍ତ୍ର ରେକର୍ଡ କରିଥିଲେ। ସେ ବିରାଟ କୋହଲିଙ୍କୁ ପଛରେ ପକାଇ ଦେଇଥିଲେ।
୧୦୦ଟି ଦିନିକିଆ ଇନିଂସ ପରେ ସର୍ବାଧିକ ରନ ସ୍କୋର କରିବାରେ ବାବର ଶୀର୍ଷରେ ପହଞ୍ଚିଛନ୍ତି। ଏହା କରି ସେ ଭିଭିଆନ ରିଚାର୍ଡସଙ୍କ ପରି ଭେଟେରାନ ଖେଳାଳିଙ୍କୁ ପଛରେ ପକାଇଛନ୍ତି। ୧୦୦ଟି ଦିନିକିଆ ଇନିଂସ ପରେ ବାବର ୫୧୪୨ ରନ ସଂଗ୍ରହ କରିଛନ୍ତି। ଏହି ମାମଲାରେ ହାସିମ ଆମଲା ଦ୍ୱିତୀୟ ନମ୍ବରରେ ଅଛନ୍ତି। ସେ ୪୯୪୮ ରନ ସ୍କୋର କରିଛନ୍ତି। ୪୬୦୬ ରନ ସହ ରିଚାର୍ଡସ ତୃତୀୟ ସ୍ଥାନରେ ଅଛନ୍ତି।
ବିରାଟ କୋହଲି ବହୁତ ପଛରେ ଅଛନ୍ତି। ସେ ୯ ନମ୍ବରରେ ଅଛନ୍ତି। କୋହଲି ୪୨୩୦ ରନ ସଂଗ୍ରହ କରିଛନ୍ତି। ଶିଖର ଧାଓ ୪୩୪୩ ରନ ସ୍କୋର କରି ଷଷ୍ଠ ସ୍ଥାନରେ ଅଛନ୍ତି। ଜୋ ରୁଟ ପଞ୍ଚମ ସ୍ଥାନରେ ଅଛନ୍ତ। ରୁଟ ୪୪୨୮ ରନ ସ୍କୋର କରିଛନ୍ତି। ୪୪୩୬ ରନ ସହ ଶାଇ ହୋପ ଚତୁର୍ଥ ସ୍ଥାନରେ ଅଛନ୍ତି।

Share