Categories: ଖେଳ

ପରାଜୟ ସତ୍ତ୍ୱେ ହାଇଦ୍ରାବାଦ ଷ୍ଟାଡିୟମରେ ବାବରଙ୍କ ନାରା, ଭିଡିଓ ଶେୟାର କଲା ପିସିବି

ନୂଆଦିଲ୍ଲୀ,୪।୧୦: ବିଶ୍ୱକପ୍‌ ୨୦୨୩ ପୂର୍ବରୁ ଓ୍ବାର୍ମଅପ୍‌ ମ୍ୟାଚ୍‌ରେ ସମସ୍ତ ଟିମ୍‌ ନିଜର ପ୍ରସ୍ତୁତିକୁ ପରଖିଛନ୍ତି। ସମସ୍ତ ୧୦ ଦଳ ମଧ୍ୟରୁ ପାକିସ୍ତାନ ଖେଳିଥିବା ଦୁଇଟିଯାକ ମୁକାବିଲାରେ ପରାଜିତ ହୋଇଛି। ହେଲେ ଦଳର ଅଧିନାୟକ ବାବର ଆଜମଙ୍କ ଜବରଦସ୍ତ ବ୍ୟାଟିଂ ପ୍ରଶଂସକଙ୍କୁ ଆମୋଦିତ କରିଛି। ପ୍ରଥମେ ନ୍ୟୁଜିଲାଣ୍ଡ ପରେ ମଙ୍ଗଳବାର ଅଷ୍ଟ୍ରେଲିଆ ବିପକ୍ଷରେ ପାକିସ୍ତାନ ପରାଜିତ ହୋଇଥିଲା। ହେଲେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ଏଭଳି କିଛି ଘଟିଛି ଯାହା କି ବାବରଙ୍କ ସହ ଟିମ୍‌ର ମନୋବଳ ବଢ଼ାଇଛି।

ହାଇଦ୍ରାବାଦରେ ମ୍ୟାଚ୍‌ ଶେଷ ହେବା ପରେ ଷ୍ଟାଡିୟମରେ ପାକିସ୍ତାନ ଅଧିନାୟକ ବାବରଙ୍କ ନାମ ଗୁଞ୍ଜରିତ ହୋଇଥିଲା। ପ୍ରଥମ ଥର ଲାଗି ସେ ଭାରତ ଆସିଥିବା ବେଳେ ଏଠାରେ ମିଳୁଥିବା ଭଲପାଇବା ତାଙ୍କୁ ଅଭିଭୂତ କରିଛି। ପିସିବି ପକ୍ଷରୁ ଏହି ଭଲପାଇବାର ଭିଡିଓ ଶେୟାର କରାଯାଇଛି।

କହିରଖୁଛୁ, ପାକିସ୍ତାନ ବିଶ୍ୱକପ୍‌ରେ ଅକ୍ଟୋବର ୬ରୁ ବିଜୟ ଅଭିଯାନ ଆରମ୍ଭ କରିବ। ନେଦରଲ୍ୟାଣ୍ଡ ବିପକ୍ଷରେ ଦଳ ପ୍ରଥମ ମ୍ୟାଚ୍‌ ଖେଳିବ। ଏହାପରେ ଦଳ ଅକ୍ଟୋବର ୧୦ରେ ଶ୍ରୀଲଙ୍କା ସହ ମୁକାବିଲା ଖେଳିବ। ଏହି ମୁକାବିଲା ହାଇଦ୍ରାବାଦରେ ଖେଳାଯିବ।

Share