Categories: ଖେଳ

କୋହଲିଙ୍କ ଜୋତାର ସମକକ୍ଷ ନୁହେଁ ବାବର ଆଜମ: ମହାମୁକାବିଲା ପୂର୍ବରୁ ବିସ୍ଫୋରକ ମନ୍ତବ୍ୟ ଦେଲେ ପାକିସ୍ତାନ କ୍ରିକେଟର୍‌

ନୂଆଦିଲ୍ଲୀ,୯।୬: ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ଅପେକ୍ଷା କ୍ରିକେଟ ଦୁନିଆରେ ଭାରତ ଏବଂ ପାକିସ୍ତାନ ବଡ଼ ପ୍ରତିଦ୍ୱନ୍ଦ୍ୱୀ ଭାବରେ ଦେଖାଯାଏ। ଆଜି ଟି-୨୦ ବିଶ୍ୱକପ୍‌ରେ ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ ହେବେ। ନିକଟରେ ବିରାଟ କୋହଲି ଏବଂ ବାବର ଆଜମଙ୍କ ମଧ୍ୟରେ ତୁଳନା କରାଯାଇଛି। କାରଣ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ସର୍ବାଧିକ ରନ ସ୍କୋର କରିବାରେ ବାବର କୋହଲିଙ୍କୁ ପଛରେ ପକାଇ ଦେଇଛନ୍ତି। ଏହି ତୁଳନା ମଧ୍ୟରେ ପାକିସ୍ତାନର ପୂର୍ବତନ କ୍ରିକେଟର ଡାନିଶ କାନେରିଆ ଏକ ବିବାଦୀୟ ବିବୃତ୍ତି ଦେଇଛନ୍ତି।
ଏକ ଗଣମାଧ୍ୟମ ସାକ୍ଷାତକାରରେ ଭାରତ-ପାକ ମ୍ୟାଚ ବିଷୟରେ ଆଲୋଚନା କରୁଥିବାବେଳେ କାନେରିଆ କହିଛନ୍ତି, ଯେତେବେଳେ ବାବର ଆଜାମ ଏକ ଶତକ ୀ ସ୍କୋର କରନ୍ତି, ପରଦିନ ବିରାଟ କୋହଲିଙ୍କ ସହ ତାଙ୍କର ତୁଳନା ଆରମ୍ଭ ହୁଏ। ବାବର ବିରାଟଙ୍କ ଜୋତା ସହ ସମକକ୍ଷ ନୁହଁନ୍ତି।
ଭାରତ ଟି-୨୦ ବିଶ୍ୱକପ ୨୦୨୪ରେ ପ୍ରଥମ ମ୍ୟାଚରେ ଆୟର୍ଲାଣ୍ଡକୁ ୫ ଉଇକେଟରେ ପରାସ୍ତ କରିଛି। ଅନ୍ୟପକ୍ଷରେ ସୁପର ଓଭରକୁ ଯାଇଥିବା ମ୍ୟାଚରେ ପାକିସ୍ତାନ ଆମେରିକାଠାରୁ ପ୍ରଥମ ମ୍ୟାଚକୁ ହରାଇଥିଲା। ଏହି ପରିସ୍ଥିତି ବିଷୟରେ ଡାନିଶ କାନେରିଆ କହିଛନ୍ତି, ଭାରତ ପାକିସ୍ତାନକୁ ଖରାପ ଭାବେ ପରାସ୍ତ କରିବ। ସେମାନେ ଭାରତୀୟ ଦଳକୁ ପରାସ୍ତ କରିବାରେ ସକ୍ଷମ ନୁହଁନ୍ତି।

Share