Categories: ଖେଳ

ଭାରତର ଆତିଥ୍ୟ ପାଇ ଖୁସିରେ ଗଦ୍‌ଗଦ୍‌ ପାକିସ୍ତାନ ଟିମ୍‌

ହାଇଦ୍ରାବାଦ,୨୮।୯: ଆଇସିସି ଦିନିକିଆ ବିଶ୍ୱକପ ୫ ଅକ୍ଟୋବରରୁ ଆରମ୍ଭ ହେଉଛି। ଏଥି ସହିତ ବାବର ଆଜାମଙ୍କ ନେତୃତ୍ୱରେ ପାକିସ୍ତାନ କ୍ରିକେଟ ଦଳ ବିଶ୍ୱକପ ପାଇଁ ଭାରତରେ ପହଞ୍ଚିଛି। ପାକିସ୍ତାନ କ୍ରିକେଟ ଦଳର ଖେଳାଳିମାନେ ବୁଧବାର ହାଇଦ୍ରାବାଦରେ ପହଞ୍ଚିଛନ୍ତି। ଭାରତରେ ପହଞ୍ଚିବା ପରେ ପାକିସ୍ତାନ କ୍ରିକେଟ ଦଳର ଖେଳାଳିଙ୍କୁ ସ୍ବାଗତ କରାଯାଇଥିଲା। ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ଏହା ଦେଖିବାକୁ ମିଳେ ଯେ, ହାଇଦ୍ରାବାଦରେ ପାକିସ୍ତାନ କ୍ରିକେଟ ଦଳର ଖେଳାଳିଙ୍କୁ ଭାରତୀୟ ପ୍ରଶଂସକମାନେ ସ୍ବାଗତ କରୁଛନ୍ତି।
ପାକିସ୍ତାନ କ୍ରିକେଟ ଦଳର ଖେଳାଳିମାନେ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି। ଏହା ପରେ ବାବର ଆଜାମଙ୍କ ନେତୃତ୍ୱରେ ପାକିସ୍ତାନୀ ଦଳର ଖେଳାଳିମାନେ ବସ ଯୋଗେ ହୋଟେଲରେ ପହଞ୍ଚିଥିଲେ। ଏଥିସହିତ, ଭାରତୀୟ ପ୍ରଶଂସକମାନେ ଯେପରି ପାକିସ୍ତାନୀ ଖେଳାଳିଙ୍କୁ ସ୍ବାଗତ କରିଥିଲେ, ପାକିସ୍ତାନୀ ଖେଳାଳିମାନେ ଖୁସିରେ ଗଦ୍‌ଗଦ୍‌ ହୋଇଥିଲେ। ସ୍ବାଗତ ପାଇଁ ପାକିସ୍ତାନୀ ପ୍ରଶଂସକ ଏବଂ ଖେଳାଳିମାନେ ଭାରତକୁ ଧନ୍ୟବାଦ ଦେଉଛନ୍ତି।
ଏଥି ସହିତ ପାକିସ୍ତାନ କ୍ରିକେଟ ବୋର୍ଡ ଏହାର ଅଫିସିଆଲ ସୋସିଆଲ ମିଡିଆ ହ୍ୟାଣ୍ଡେଲରୁ ଏକ ଭିଡିଓ ଶେୟାର କରିଛି। ଏହି ଭିଡିଓ ହାଇଦ୍ରାବାଦ ବିମାନବନ୍ଦରରେ ପହଞ୍ଚିବା ପରେ ପାକିସ୍ତାନ କ୍ରିକେଟ ଦଳର ଖେଳାଳି ଯାଉଛନ୍ତି। ଏହି ଭିଡିଓର କ୍ୟାପଶନରେ ପାକିସ୍ତାନ କ୍ରିକେଟ ବୋର୍ଡ ଲେଖିଛି ଯେ, ଭାରତୀୟ ମାଟିରେ ପହଞ୍ଚିବା ପରେ ଆମକୁ ହାଇଦ୍ରାବାଦରେ ସ୍ବାଗତ କରାଯାଇଥିଲା। ତଥାପି ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Share