Categories: ଖେଳ

ବାବର ଆଜମ ୪ କୋଟି ଟଙ୍କାର ବଡ ଚୁକ୍ତି କଲେ ପ୍ରତ୍ୟାଖ୍ୟାନ…

ଇସଲାମାବାଦ,୨୭।୮ : ବାବର ଆଜମ ବର୍ତ୍ତମାନ ଏକଦିବସୀୟ କ୍ରିକେଟରେ ବିଶ୍ୱର ଏକ ନମ୍ବର ବ୍ୟାଟ୍ସମ୍ୟାନ। ତାଙ୍କ ଅଧିନାୟକତ୍ୱରେ ପାକିସ୍ତାନର ଦଳ ମଧ୍ୟ ଏକ ନମ୍ବର ଏକଦିବସୀୟ ଦଳ ହୋଇପାରିଛି। ସମ୍ପ୍ରତି ବାବର ୪ କୋଟି ଟଙ୍କାର ବଡ ଚୁକ୍ତିକୁ ପ୍ରତ୍ୟାଖ୍ୟାନ କରି ଚର୍ଚ୍ଚାରେ ଅଛନ୍ତି। ଏମିରେଟ୍ସ କ୍ରିକେଟ ବୋର୍ଡ ଦ୍ୱାରା ଆୟୋଜିତ ଅନ୍ତର୍ଜାତୀୟ ଲିଗ ଟି -୨୦ (ଆଇଏଲଟି-୨୦) ର ଦ୍ୱିତୀୟ ସିଜନ ଜାନୁଆରୀ ୧୯ରୁ ଫେବୃଆରୀ୧୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

ଲିଗର ଦ୍ୱିତୀୟ ସିଜନ ବିଷୟରେ କହିବାକୁ ଗଲେ ପାକିସ୍ତାନର ଯୁବ ଦ୍ରୁତ ବୋଲର ଶାହିନ ଆଫ୍ରିଦି ସବୁଠାରୁ ମହଙ୍ଗା ଖେଳାଳି। ତାଙ୍କୁ ପ୍ରାୟ ୩,୫୦ କୋଟି ଟଙ୍କା ମିଳିବ। ଏହି ଚୁକ୍ତି ଅନୁଯାୟୀ, ଯଦି କୌଣସି ଖେଳାଳି ଶାହିନଙ୍କଠାରୁ ଅଧିକ ଟଙ୍କା ପାଆନ୍ତି, ତେବେ ପାକିସ୍ତାନୀ ବୋଲରମାନଙ୍କୁ କ୍ଷତିପୂରଣ ହିସାବରେ ଅବଶିଷ୍ଟ ଅର୍ଥ ଦିଆଯିବ। ସେ ଆସନ୍ତା ୩ବର୍ଷ ପାଇଁ ଲିଗରେ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଖେଳାଳି ହେବେ।

ଶାହିନ ଆଫ୍ରିଦିଙ୍କ ସହିତ ଅଲରାଉଣ୍ଡର ଶାଦବ ଖାନ ଏବଂ ଆଜାମ ଖାନ ମଧ୍ୟ ଡେଜର୍ସ ଭାଇପର୍ସ ପାଇଁ ଖେଳିବେ। ୧୦ ଜାନୁଆରୀରୁ ବାଂଲାଦେଶ ପ୍ରିମିୟର ଲିଗ ମ୍ୟାଚ ଆରମ୍ଭ ହେଉଛି। ଏଥିରେ ବାବର ଆଜାମ ଏବଂ ମହମ୍ମଦ ରିଜୱାନଙ୍କ ସମେତ ଅନେକ ପାକିସ୍ତାନୀ ଖେଳାଳି ଖେଳିବେ। ନିକଟରେ ବାବର ଲଙ୍କା ପ୍ରିମିୟର ଲିଗରେ ହାଜର ହୋଇଥିଲେ ଏବଂ ଏକ ଶତକ ମଧ୍ୟ ସ୍କୋର କରିଥିଲେ। ତେବେ ତାଙ୍କ ଦଳ ଫାଇନାଲରେ ପ୍ରବେଶ କରିପାରି ନ ଥିଲା।

ବର୍ତ୍ତମାନ ପାକିସ୍ତାନ ଦଳ ୩୦ ଅଗଷ୍ଟରୁ ୧୭ ସେପ୍ଟେମ୍ବର ପର୍ଯ୍ୟନ୍ତ ହେବାକୁ ଥିବା ଏସିଆ କପ ପ୍ରସ୍ତୁତିରେ ବ୍ୟସ୍ତ ଅଛି। ପିସିବି ଟୁର୍ନାମେଣ୍ଟର ହୋଷ୍ଟିଂ ଅଧିକାର ପାଇଛି। ତେବେ ବିସିସିଆଇର ବିରୋଧ ଯୋଗୁଁ ଏହି ଟୁର୍ଣ୍ଣାମେଣ୍ଟର ୪ ଟି ମ୍ୟାଚ ପାକିସ୍ତାନରେ ଖେଳାଯିବ ଏବଂ ଫାଇନାଲ ସମେତ ୯ ଟି ମ୍ୟାଚ ଶ୍ରୀଲଙ୍କାରେ ଖେଳାଯିବ। ଏସିଆ କପ ପାଇଁ ନେପାଳର ଦଳ ପାକିସ୍ତାନରେ ପହଞ୍ଚିଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ ମୁଲତାନରେ ପାକିସ୍ତାନ ଏବଂ ନେପାଳ ମଧ୍ୟରେ ଖେଳାଯିବ। ଆଫଗାନିସ୍ତାନ ଦଳ ୨୮ ଅଗଷ୍ଟରେ ପାକିସ୍ତାନରେ ପହଞ୍ଚିବ। ଅନ୍ୟପକ୍ଷରେ ଶ୍ରୀଲଙ୍କା ଏବଂ ବାଂଲାଦେଶ ୧ ସେପ୍ଟେମ୍ବରରେ ପାକିସ୍ତାନରେ ପହଞ୍ଚିବାର ସମ୍ଭାବନା ରହିଛି।

Share