Categories: ଖେଳ

ICC ODI Rankings: ମ୍ୟାଚ୍‌ ନ ଖେଳି ବି ବାବର ନମ୍ବର ଓ୍ବାନ୍‌, ଶୀର୍ଷ ସ୍ଥାନ ହରାଇଲେ ଗିଲ୍‌

ଦୁବାଇ,୨୦।୧୨: ଆଇସିସି ପକ୍ଷରୁ ଦିନିକିଆ ର଼୍ୟାଙ୍କିିଂ ତାଲିକା ପ୍ରକାଶ ପାଇଛି। ଏଥିରେ ପାକିସ୍ତାନର ପୂର୍ବତନ ଅଧିନାୟକ ବାବର ଆଜମ ପୁଣିଥରେ ପ୍ରଥମ ସ୍ଥାନକୁ ଫେରିଥିବା ଦେଖାଯାଇଛି। ଫଳରେ ଭାରତୀୟ ଓପନର ଶୁବମନ ଗିଲ ତଳକୁ ଖସିଛନ୍ତି।

ଗତ ମାସରେ ଦିନିକିଆ ବିଶ୍ୱକପ୍‌ ସମୟରେ ର଼୍ୟାଙ୍କିଂରେ ଶୀର୍ଷ ସ୍ଥାନ ହାସଲ କରିଥିଲେ ଶୁବମନ। ଏହାପରଠାରୁ ସେ ଦିନିକିଆ ମ୍ୟାଚ୍‌ ଖେଳି ନାହାନ୍ତି। ଏଣୁ ସେ ୮୧୦ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନକୁ ଖସିଛନ୍ତି। ଅପରପକ୍ଷେ ବାବର ୮୨୪ ରେଟିଂ ସହ ଶୀର୍ଷସ୍ଥାନରେ ପହଞ୍ଚିଛନ୍ତି। ତାଲିକାରେ ଶୁବମନଙ୍କ ପରେ ବିରାଟ କୋହଲି ଏବଂ ରୋହିତ ଶର୍ମା ସାମିଲ ଅଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଶ୍ରେୟାସ ଆୟର ୧୨ତମ ସ୍ଥାନକୁ ଖସିଛନ୍ତି। କେ ଏଲ୍‌ ରାହୁଲ ୧୬ତମ ସ୍ଥାନକୁ ଆସିଛନ୍ତି।

ବୋଲିଂ ତାଲିକାରେ ଦକ୍ଷିଣ ଆଫ୍ରିକାର କେଶବ ମହାରାଜ ଶୀର୍ଷ ସ୍ଥାନରେ ଅଛନ୍ତି। ସେହିଭଳି ଅଷ୍ଟ୍ରେଲିଆରଜୋଶ୍‌ ହାଜେଲଉଡ ଦ୍ୱିତୀୟ ଏବଂ ଭାରତର ମହମ୍ମଦ ସିରାଜ ତୃତୀୟ ସ୍ଥାନରେ ଅଛନ୍ତି। ଶୀର୍ଷ ୧୦ରେ ଜସପ୍ରିତ ବୁମ୍‌ରା ୫ମ ଏବଂ କୁଲଦୀପ ଯାଦବ ୮ମ ସ୍ଥାନରେ ଅଛନ୍ତି। ମହମ୍ମଦ ଶାମି ୧୧ତମ ଏବଂ ରବିନ୍ଦ୍ର ଜାଡେଜା ୨୨ତମ ସ୍ଥାନରେ ଅଛନ୍ତି।

Share