Categories: ଖେଳ

ପାକିସ୍ତାନ ଅଧିନାୟକଙ୍କୁ ପ୍ରଶ୍ନ: କେଶ ପାଚିଲାଣି କେବେ ବିବାହ କରିବ

ଇସଲାମାବାଦ୍‌,୨୭।୨:ନିକଟରେ କ୍ରିକେଟ ଜଗତର ଅନେକ ଖେଳାଳି ବିବାହ କରିଛନ୍ତି। ଭାରତର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ପାକିସ୍ତାନର ଶାହିନ ଆଫ୍ରିଦି, ଶାନ ମାସୁଦ ଏବଂ ଶାଦବ ଖାନ ଏହି ବନ୍ଧନରେ ବାନ୍ଧି ହୋଇଛନ୍ତି। ପାକିସ୍ତାନ ଅଧିନାୟକ ବାବର ଆଜାମ କେବେ ବିବାହ କରିବେ ସେନେଇ ତାଙ୍କୁ ପଚରାଯିବାରୁ ସେ ଏକ ମଜାଳିଆ ଉତ୍ତର ଦେଇଥିଲେ। ନିକଟରେ ପାକିସ୍ତାନ ସୁପର ଲିଗ ସମୟରେ ୨୮ ବର୍ଷୀୟ ବାବରଙ୍କୁ ତାଙ୍କ ବିବାହ ବିଷୟରେ ଗଣମାଧ୍ୟମ ଦ୍ୱାରା ପଚରାଯାଇଥିଲା। ଜଣେ ସାମ୍ବାଦିକ ପ୍ରଶ୍ନ ପଚାରିଥିଲେ – ଆପଣ ଅଧିନାୟକ ଅଟନ୍ତି। ଆପଣଙ୍କ ଦଳର ସମସ୍ତ ପୁଅମାନେ ବିବାହ କରୁଛନ୍ତି ଏବଂ ଆପଣଙ୍କ କେଶ ଧଳା ହୋଇଗଲାଣି। ତେବେ ଆପଣ କେବେ ବିବାହ କରିବାକୁ ଯୋଜନା କରୁଛନ୍ତି?
ବାବର ଏହା ଉପରେ ହସିବାକୁ ଲାଗିଲେ ଏବଂ ସେ ଉତ୍ତର ଦେଲେ – ଧଳା କେଶ ବୟସ ହେତୁ ନୁହେଁ, ଆରମ୍ଭରୁ ଧଳା। ବିବାହ ପାଇଁ କେଶ ଧଳା ହୁଲ ସେମିତି କିଛି ନାହିଁ। ସମୟ ଆସିଲେ ବିବାହ ନିଶ୍ଚିନ୍ତ ହେବ। ମୁଁ ମଧ୍ୟ ସମୟକୁ ଅପେକ୍ଷା କରିଛି, ତୁମେମାନେ ମଧ୍ୟ କରିବା ଉଚିତ୍‌। ସାମ୍ବାଦିକ ସମ୍ମିଳନୀରେ ବାବରଙ୍କ ଏହି ଉତ୍ତର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା।

Share