Categories: ଖେଳ

କୋହଲିଙ୍କୁ ନେଇ ଏମିତି କହିଦେଲେ ବାବର୍ ଆଜମ୍: ଚାରିଆଡ଼େ ହେଉଛି ଚର୍ଚ୍ଚା

ଇସାଲାମବାଦ୍,୧୫/୧୦: ବାବର ଆଜମଙ୍କୁ ଟେଷ୍ଟ ଦଳରୁ ବାଦ୍ ଦିଆଯିବା ପରେ ପାକିସ୍ତାନ କ୍ରିକେଟରେ ହଇଚଇ ସୃଷ୍ଟି ହୋଇଛି। ନିକଟରେ ଫଖର ଜମାନ ବାବରଙ୍କୁ ବିରାଟଙ୍କ ସହ ତୁଳନା କରିଥିଲେ, କିନ୍ତୁ ବର୍ତ୍ତମାନ ପାକିସ୍ତାନ ଦଳର ପୂର୍ବତନ ଅଧିନାୟକ ବାବର ନିଜେ ବିରାଟ କୋହଲିଙ୍କ ତୁଳନାରେ ଏକ ବଡ ବୟାନ ଦେଇଛନ୍ତି ।

ଏକ ଗଣମାଧ୍ୟମ ସାକ୍ଷାତକାରରେ ବାବର ଆଜମଙ୍କୁ ପଚରାଯାଇଥିଲା ଯେ, ତାଙ୍କୁ କାହିଁକି ସବୁବେଳେ ବିରାଟ କୋହଲିଙ୍କୁ ନେଇ ପ୍ରଶ୍ନ ପଚରାଯାଏ ଏବଂ କାହିଁକି ତାଙ୍କୁ ବିରାଟଙ୍କ ସହ ତୁଳନା କରାଯାଏ । ଏହାର ଜବାବରେ ବାବର ହସି ହସି ଉତ୍ତର ଦେଇଥିଲେ, ଆମ ଦୁହିଁଙ୍କୁ ତୁଳନା କରିବା ଲୋକଙ୍କ କାମ ହୋଇଗଲାଣି। ମୋ ମନରେ ବିରାଟ କୋହଲି ଇତିହାସର ଅନ୍ୟତମ ଶ୍ରେଷ୍ଠ ଖେଳାଳି, ମୁଁ ମଧ୍ୟ ତାଙ୍କ ଠାରୁ ବହୁତ ପଛରେ ଅଛି ଏବଂ ବହୁତ କିଛି ହାସଲ କରିବାର ଅଛି । ମୁଁ ତାଙ୍କ ଭଳି ମୋ ଦଳ ପାଇଁ ମ୍ୟାଚ୍ ବିଜେତା ହେବାକୁ ଚେଷ୍ଟା କରିବି।

 

ଉଭୟ ବାବର ଆଜମ ଓ ବିରାଟ କୋହଲି ୨୦୨୪ରେ ରନ୍ ପାଇଁ ସଂଘର୍ଷ କରୁଛନ୍ତି। ଗୋଟିଏ ପଟେ ବାବର ଆଜମ ଶେଷ ୧୮ ଟେଷ୍ଟ ଇନିଂସରେ ୫୦ ରନ୍ ଛୁଇଁପାରିନାହାନ୍ତି। ୨୦୨୨ ଡିସେମ୍ବରରେ ନ୍ୟୁଜିଲାଣ୍ଡ ବିପକ୍ଷରେ ତାଙ୍କର ଶେଷ ଟେଷ୍ଟ ଶତକ ଆସିଥିଲା। ଏହି ଖରାପ ସମୟ ମଧ୍ୟରେ ସେ ପାକିସ୍ତାନ ଦିନିକିଆ ଓ ଟି-୨୦ ଦଳର ଅଧିନାୟକପଦ ଛାଡିଛନ୍ତି।

 

ଅନ୍ୟପକ୍ଷରେ ବିରାଟ କୋହଲିଙ୍କ ପାଇଁ ମଧ୍ୟ ୨୦୨୪ ବର୍ଷ ବିଶେଷ ଭଲ ନ ଥିଲା। ୨୦୨୩ ଡିସେମ୍ବରରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟେଷ୍ଟ ମ୍ୟାଚ୍ ରେ ତାଙ୍କର ଶେଷ ଶତକ ଆସିଥିଲା। ଏହାପରେ ବିରାଟ ୭ଟି ଟେଷ୍ଟ ଇନିଂସ ଖେଳିଛନ୍ତି, ଯେଉଁଥିରେ ସେ ମାତ୍ର ଗୋଟିଏ ଅର୍ଦ୍ଧଶତକ ହାସଲ କରିବାରେ ସକ୍ଷମ ହୋଇଛନ୍ତି। ୨୦୨୪ରେ ବିରାଟ ଟେଷ୍ଟ ମ୍ୟାଚରେ ମାତ୍ର ୧୫୭ ରନ୍ କରିଛନ୍ତି। ଉଭୟ ବାବର ଏବଂ କୋହଲି ବର୍ତ୍ତମାନ ସେମାନଙ୍କ କ୍ୟାରିୟରର ଖରାପ ସମୟ ସହ ସଂଘର୍ଷ କରୁଛନ୍ତି।

Share