Categories: ଖେଳ

ପାକିସ୍ତାନରେ ସବୁ ମ୍ୟାଚ୍‌ ଖେଳା ଯାଇଥିଲେ ଭଲ ହୋଇଥାନ୍ତା: ବାବର ଆଜମ

କଲମ୍ବୋ,୩୦।୮: ଏସିଆ କପ୍‌ର ସମସ୍ତ ମ୍ୟାଚ୍‌ ପାକିସ୍ତାନରେ ଆୟୋଜନ ହୋଇଥିଲେ ଭଲ ହୋଇଥାନ୍ତା। ନେପାଳ ସହ ଉଦ୍‌ଘାଟନ ମ୍ୟାଚ୍‌ ପୂର୍ବରୁ କିଛି ଏଭଳି କହିଛନ୍ତି ପାକିସ୍ତାନ ଅଧିନାୟକ ବାବର ଆଜମ।

ପାକିସ୍ତାନ କ୍ରିକେଟ ବୋର୍ଡ ପାଖରେ ଏସିଆ କପ୍‌ ଆୟୋଜନର ଅଧିକାର ରହିଛି। ହେଲେ ଏସିଆନ୍‌ କ୍ରିକେଟ ପରିଷଦ ହାଇବ୍ରିଡ ମଡେଲକୁ ଚୟନ କରିଥିଲେ। ଫଳରେ କିଛି ମ୍ୟାଚ୍‌ ଶ୍ରୀଲଙ୍କାରେ ଆୟୋଜନ କରାଯିବ। ଏଥିରେ ଭାରତ-ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମୁକାବିଲା ସାମିଲ ଅଛି। ଏହାକୁ ଦେଖିଲେ ସମସ୍ତ ମ୍ୟାଚ୍‌ ପାକିସ୍ତାନରେ ଆୟୋଜନ ହୋଇଥିଲେ ଭଲ ହୋଇଥାନ୍ତା। ହେଲେ ଦୁର୍ଭାଗ୍ୟବଶତଃ ଏହାକୁ ନେଇ କିଛି କରାଯାଇ ପାରିବ ନାହିଁ। କ୍ରିକେଟର ହୋଇଥିବା ଯୋଗୁ ଆମକୁ ଯେଉଁ କାର୍ଯ୍ୟକ୍ରମ ଦିଆଯାଇଛି, ତାହାକୁ ନେଇ ଆମେ ପ୍ରସ୍ତୁତ। ଆମେ ଯାତ୍ରା କରିବା ଏବଂ ଲଗାତର ମ୍ୟାଚ୍‌ ଖେଳିବା ଲାଗି ପ୍ରସ୍ତୁତ ବୋଲି ସେ କହିଛନ୍ତି।

Share