Categories: ଖେଳ

ବିଶ୍ୱକପ୍‌ ମୁକାବିଲା ପୂର୍ବରୁ ଭାରତକୁ ଚେତାବନୀ ଦେଲେ ପାକିସ୍ତାନ ଅଧିନାୟକ; କହିଲେ…

ନୂଆଦିଲ୍ଲୀ, ୧୮।୮: ଆଇସିସି ପକ୍ଷରୁ ୟୁଏଇରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ୱକପ୍‌ ୨୦୨୧ ପାଇଁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଏଥିରେ ଭାରତର ପ୍ରଥମ ମ୍ୟାଚ୍‌ ପାକିସ୍ତାନ ସହ ଥିବା ଦେଖାଯାଇଛି। ମ୍ୟାଚ୍‌କୁ ନେଇ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଯାଇଥିବା ବେଳେ ପାକିସ୍ତାନୀ ଦଳର ଅଧିନାୟକ ବାବର ଆଜମ ଭାରତକୁ ଏକ ପ୍ରକାର ଚେତାବନୀ ଦେଇଛନ୍ତି। ବାବର କହିଛନ୍ତି, ଏଥର ଟି-୨୦ ବିଶ୍ୱକପ୍‌ ସେମାନଙ୍କ ପାଇଁ ଏକ ଘରୋଇ ମୁକାବିଲା ଭଳି ରହିବ। ଏକ ଦଶନ୍ଧିରୁ ଅଧିକ ସମୟ ଧରି ସେ ୟୁଏଇରେ ଖେଳି ଆସୁଛନ୍ତି। ସେଠାରେ ସେ ନିଜର ପ୍ରତିଭା ଦେଖାଇବା ସହ ଟି-୨୦ ଟିମ୍‌ ର଼୍ୟାଙ୍କିଂରେ ଶୀର୍ଷରେ ପହଞ୍ଚିପାରିଛନ୍ତି। ଏବେ ଭାରତ ବିପକ୍ଷ ମୁକାବିଲାକୁ ନେଇ ଖେଳାଳିମାନେ ଉତ୍ସାହିତ ଅଛନ୍ତି। ଏହି ଟୁର୍ନାମେଣ୍ଟକୁ ସେମାନେ ଦକ୍ଷତା ପ୍ରଦର୍ଶନ କରିବାର ସୁଯୋଗ ଭାବେ ଦେଖୁଛନ୍ତି। ମୁଁ ନିଜର ପ୍ରଦର୍ଶନ ସହ ଦଳକୁ ଉତ୍ସାହିତ କରିବା ଉପରେ ଧ୍ୟାନ ଦେଉଛି। ଏହାଦ୍ୱାରା ଆମେ ଏସିଆରେ ଆଇସିସିର ପ୍ରମୁଖ ପ୍ରତିଯୋଗିତା ଜିତିଥିବା ପ୍ରଥମ ପାକିସ୍ତାନୀ ଦଳ ହୋଇପାରିବୁ ବୋଲି ଆଜମ କହିଛନ୍ତି।