Categories: ଖେଳ

ଫିଟ୍‌ ହେଲେ ବାବର-ଶାହିନ

ବାଙ୍ଗାଲୋର,୧୭।୧୦: ବିଶ୍ୱକପ୍‌ ୨୦୨୩ରେ ଅକ୍ଟୋବର ୨୦ରେ ଅଷ୍ଟ୍ରେଲିଆ ସହ ମୁହାଁମୁହିଁ ହେବ ପାକିସ୍ତାନ। ଏହାପୂର୍ବରୁ ପାକିସ୍ତାନର କିଛି ଖେଳାଳି ଜ୍ୱରରେ ପୀଡ଼ିତ ହୋଇଥିଲେ। ଏଠାରେ ପହଞ୍ଚିବା ପରେ କିଛି ଖେଳାଳିଙ୍କ ସ୍ବାସ୍ଥ୍ୟ ଖରାପ ହେବା ଯୋଗୁ ସେମାନଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା। ତେବେ ସେମାନଙ୍କ ମଧ୍ୟରୁ ଅଧିନାୟକ ବାବର ଆଜମ ଏବଂ ଦ୍ରୁତ ବୋଲର ଶାହିନ ଶାହା ଆଫ୍ରିଦି ସୁସ୍ଥ ହୋଇଥିବା ଜଣାପଡ଼ିଛି। ଖେଳାଳିମାନେ ମଙ୍ଗଳବାର ଚିନ୍ନାସ୍ବାମୀ ଷ୍ଟାଡିୟମରେ ଅଭ୍ୟାସ ମଧ୍ୟ କରିଛନ୍ତି।

ପ୍ରକାଶ ଯେ, ଅହମ୍ମଦାବାଦରେ ଭାରତ ବିପକ୍ଷ ମୁକାବିଲାକୁ ୭ ଉଇକେଟରେ ହାରିବା ପରେ ପାକିସ୍ତାନ ଟିମ୍‌ ରବିବାର ବାଙ୍ଗାଲୋର ପହଞ୍ଚିଥିଲା। ହେଲେ ଏଠାରେ ପହଞ୍ଚିବା ପରେ ଖେଳାଳିମାନେ ଅସୁସ୍ଥ ଅନୁଭବ କରିଥିଲେ। ପରେ ସେମାନଙ୍କୁ ଜ୍ୱର(ଭାଇରାଲ୍‌) ହୋଇଥିବା ଜଣାପଡ଼ିଥିଲା।

Share