Categories: ଖେଳ

ପାକିସ୍ତାନ କ୍ରିକେଟ ଟିମ୍‌ର ଅଧିନାୟକ ପଦରୁ ଇସ୍ତଫା ଦେଲେ ବାବର ଆଜମ

ଲାହୋର,୧୫।୧୧: ଦିନିକିଆ ବିଶ୍ୱକପ୍‌ ୨୦୨୩ରେ ଲଜ୍ଜାଜନକ ପ୍ରଦର୍ଶନ ପରେ ପାକିସ୍ତାନ କ୍ରିକେଟ ଟିମ୍‌ର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି ବାବର ଆଜମ। ସେ ନିଜେ ସୋସିଆଲ ମିଡିଆରେ ପୋଷ୍ଟ ଶେୟାର କରି ଏନେଇ ସୂଚନା ଦେଇଛନ୍ତି। ବାବର ପ୍ରଥମ ଥର ଲାଗି ଅଧିନାୟକ ଭାବେ ଦାୟିତ୍ୱ ସମ୍ଭାଳିବା ଦିନକୁ ମନେପକାଇବା ସହ ତିନି ଫର୍ମାଟରୁ ଇସ୍ତଫା ଦେଇଥିବା କହିଛନ୍ତି। ଏବେ ସେ କେବଳ ଖେଳାଳି ଭାବେ ଦଳ ସହ ଯୋଡ଼ି ହୋଇ ରହିବେ ବୋଲି ସ୍ପଷ୍ଟ କରିଛନ୍ତି।

କହିରଖୁଛୁ, ଏଯାବତ ବାବର ୧୩୪ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ପାକିସ୍ତାନର ନେତୃତ୍ୱ ନେଇଥିଲେ। ଏଥିରୁ ୭୮ ମୁକାବିଲାରେ ଦଳ ବିଜେତା ହୋଇଥିଲା। ୧୯୯୨ ବିଶ୍ୱକପ୍‌ ବିଜେତା ଇମରାନ ଖାନ୍‌ଙ୍କ ପରେ ବାବର୍‌ ଦ୍ୱିତୀୟ ସବୁଠାରୁ ସଫଳ ଅଧିନାୟକ ଥିଲେ।

Share