Posted inଖେଳ

ଗୋଟିଏ ହାତରେ ୨ ଛକା ମାରିଲେ ବାବର୍‌, ମାତ୍ର ୭.୧ ଓଭରରେ ଦଳକୁ ଜିତାଇଲେ ମ୍ୟାଚ୍‌

ନୂଆଦିଲ୍ଲୀ,୨୦।୨: କ୍ରିକେଟରେ ଏଭଳି ଏକ ଖେଳ, ଯେଉଁଥିରେ ରୋମାଞ୍ଚକର ଅନୁଭବ ମିଳିଥାଏ। ଏଥିଲାଗି ସାରା ବିଶ୍ୱରେ ଏହାର ପ୍ରଶଂସକ ଅଧିକ। ଏଥିରେ ଗୋଟିଏରୁ ବଳି ଆରେକ ଇନିଂସ ଦେଖିବାକୁ ମିଳେ। ଯାହା ଅସମ୍ଭବ ଲାଗେ ତାହା ସମ୍ଭବ ବି ହୋଇଯାଏ। ଏବେ ସେଭଳି ଏକ ଦୃଶ୍ୟ ଚେକ୍‌ ରିପବ୍ଲିକ୍‌ ବିପକ୍ଷ ସ୍ପେନ୍‌ ମ୍ୟାଚ୍‌ରେ ଦେଖିବାକୁ ମିଳିଛି। ମହମ୍ମଦ ବାବର ନାମକ ଜଣେ ବ୍ୟାଟ୍ସମ୍ୟାନ ମଇଦାନରେ ଏଭଳି କିଛି କରିଛନ୍ତି ଯାହା ବୋଧହୁଏ ଖୁବ କମ ଲୋକ ଦେଖିଥିବେ। ସ୍ପେନ ପାଇଁ ଖେଳୁଥିବା ମହମ୍ମଦ ବାବର ଚେକ୍‌ ରିପବ୍ଲିକ ବିପକ୍ଷରେ ବିସ୍ଫୋରକ ୮୩ ରନ୍‌ର ଇନିଂସ ଖେଳିଥିଲେ। ଏହି ଇନିଂସରେ ସେ ୨୬ ବଲ ଖେଳିଥିବା ବେଳେ ୯ ଛକା ମାରିଥିଲେ। ଏଥିରେ ଦୁଇଟି ଛକା ସେ ଗୋଟିଏ ହାତରେ ମାରିଥିବା ଦେଖାଯାଇଥିଲା।

ଚେକ ରିପବ୍ଲିକ ବିପକ୍ଷରେ ସପ୍ତମ ଓଭରରେ ମହମ୍ମଦ ବାବର ସାଗର ହୁସେନ୍‌ଙ୍କ ବିପକ୍ଷରେ ଦୁଇଟି ଛକା ମାରିଥିଲେ । ସେ ଗୋଟିଏ ହାତରେ ଏହି ଛକା ମାରିଥିଲେ। ଆଶ୍ଚର୍ଯ୍ୟଜନକ କଥା ହେଉଛି ବାବର ଆରମ୍ଭରୁ ଗୋଟିଏ ହାତରେ ବ୍ୟାଟ ଧରିଥିଲେ। ମିଡ ଉଇକେଟ ଅଞ୍ଚଳରେ ବାବର ଏହି ଛକା ମାରିଥିଲେ। ସୋସିଆଲ ମିଡିଆରେ ବାବଙ୍କେ ଏହି ଦୁଇଟି ଛକା ମାରିବାର ଭିଡିଓ ଭାଇରାଲ ହେବାରେ ଲାଗିଛି।

ମହମ୍ମଦ ବାବରଙ୍କ ବିସ୍ଫୋରକ ଇନିଂସ ଯୋଗୁ ସ୍ପେନ ଚେକ୍‌ ରିପବ୍ଲିକକୁ ୯ ଉଇକେଟରେ ପରାସ୍ତ କରଥିଲା। ପ୍ରଥମେ ବ୍ୟାଟିଂ କରି ଚେକ ରିପବ୍ଲିକ ୧୦ ଓଭରରେ ୧୧୭ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ସ୍ପେନ ମାତ୍ର ୭.୧ ଓଭରରେ ମ୍ୟାଚ ଜିତିଥିଲା। ୩୧୯ରୁ ଅଧିକ ଷ୍ଟ୍ରାଇକ ହାରରେ ବାବର ଅପରାଜିତ ୮୩ ରନ ସଂଗ୍ରହ କରି ଦଳକୁ ବିଜେତା କରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୪।୧୨:ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮ ରନ୍‌ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri