ଅତାବିରା,୨୨।୨(ଡି.ଏନ୍.ଏ.): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ରେଙ୍ଗାଲିକ୍ୟାମ୍ପଠାରୁ ପ୍ରାୟ ୫୦୦ ମିଟର ଦୂରରେ ଥିବା ବାଳ ଯୋଗେଶ୍ବରୀ ଆଶ୍ରମରୁ ସୋମବାର ଜଣେ ସାଧୁସନ୍ଥଙ୍କ ମୃତଦେହ ଜବତ ହୋଇଛି। ସେ ହେଲେ ସ୍ବାମୀ ଦାମୋଦର ସଦା ବାବା(୭୫)। ତେବେ ବାହାରେ ତାଲା ପଡ଼ିଥିବା ବେଳେ ଆଶ୍ରମ ଭିତରୁ ମୃତଦେହ ଜବତ ହେବା ଯୋଗୁ ବାବାଙ୍କୁ କେହି ହତ୍ୟାକରି ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି। ଅତାବିରା ଥାନା ଆଇଆଇସି ପୁରୁଷୋତ୍ତମ ଭୋଇ, ତହସିଲଦାର ଦୁର୍ଯ୍ୟୋଧନ ଭୋଇ ପ୍ରମୁଖ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସେହିପରି ବରଗଡ଼ ଏସ୍ପି ପଦ୍ମିନୀ ସାହୁ ଏବଂ ସମ୍ବଲପୁରରୁ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି।