ବଢିଲା ବବିଙ୍କ ଅଡୁଆ, ନିଜ କର୍ମଚାରୀଙ୍କ ନାଁରେ ଖୋଲିଛନ୍ତି ଅନେକ କମ୍ପାନୀ

ଭୁବନେଶ୍ୱର,୧୧।୭: ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ(ବବି)ଙ୍କ ଅଡୁଆ ବଢିଛି। ଏପଟେ ବବିଙ୍କ ଖାସ ଅନୁଗତ ଥିବା ବିଜେଡିର କିଛି ଯୁବ ଓ ଛାତ୍ର ନେତା ସମେତ ନିଜସ୍ବ କର୍ମଚାରୀଙ୍କ ନାଁରେ ୩୦ରୁ ଅଧିକ କମ୍ପାନୀ ଏବେବି ଆକ୍ଟିଭ ଥିବା ଜଣାପଡିଛି । ଯାହା ବବିଙ୍କ ଅଡୁଆ ବଢିପାରେ ବୋଲି ଚର୍ଚ୍ଚା ହେଉଛି।

ବବିଙ୍କର ଖାସ କର୍ମଚାରୀମାନଙ୍କ ନାଁରେ ୩ ଡଜନରୁ ଅଧିକ କମ୍ପାନୀ ରହିଛି । ବବିଙ୍କ ଡାହାଣ ହାତ ପ୍ରକାଶ କେବଳ ୨୦୨୧ ଜାନୁୟାରୀରୁ ଅଗଷ୍ଟ ମଧ୍ୟରେ ୩ଟି କମ୍ପାନୀ ରାଇଡର୍ସ ମିନେରାଲ ପ୍ରାଇଭେଟ ଲିମିଟେଡ, ରାଇଡର୍ସ ଲଜିଷ୍ଟିକ ଲିମିଟେଡ ଓ ଓରିଭିଲ୍ଲା ପ୍ରପର୍ଟିଜ ପ୍ରାଃ ଲିମିଟେଡ କମ୍ପାନୀର ମାଲିକ ଅଛନ୍ତି। ସେହିପରି ବବିଙ୍କ ଅଫିସରେ କାର୍ଯ୍ୟରତ ଚିନ୍ମୟ କୁମାର ଦାସଙ୍କ ନାଁରେ ୫ଟି କମ୍ପାନୀ ରହିଛି।

ନିକଟରେ ବବିଙ୍କ କ୍ୱାର୍ଟର୍ସ ପରିସରରେ ନିର୍ମାଣାଧୀନ କୋଠା ଭଙ୍ଗାକୁ ନେଇ ବିବାଦ ଦେଖାଦେଇଥିଲା।

Share