ଯାଜପୁର ପାଇଁ ଅଲୋଡ଼ା ହେଲେ ବବି, ନବୀନ ଦେଲେ ବଡ଼ ଝଟ୍‌କା

ଭୁବନେଶ୍ୱର,୨ା୨: ବିଜେଡି ନେତା ବବି ଦାସ ଏବେ ଯାଜପୁର ପାଇଁ ଅଲୋଡ଼ା ହୋଇଯାଇଛନ୍ତି। ଯିଏ ଦିନେ ଦଳର ଟିକ୍‌ନିକ୍‌ କଥା ବୁଝୁଥିଲେ ତାଙ୍କ ଇଙ୍ଗିତରେ କୁଆଡ଼େ ଦଳ ଉଠ୍‌ବସ୍‌ ହେଉଥିଲା ଆଜି ତାଙ୍କୁ କୌଣସି ଦାୟିତ୍ୱ ଦେଇନାହାନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ। ବବିଙ୍କୁ ନବୀନ ସଂଗଠନ ସମ୍ଭାଳିବାକୁ ଆଉ ଦାୟିତ୍ୱ ଦେଇନାହାନ୍ତି। ବିଜେଡି ସଂଗଠନ ସମ୍ପାଦକ ପଦରୁ ବବି ହଟିବା ପରେ ସୁପ୍ରିମୋ ଆଉ ବବିଙ୍କୁ ଯାଜପୁର ଦାୟିତ୍ୱ ଦେଇନାହାନ୍ତି। ଯାହାକୁ ନେଇ ରାଜନୈତିକ ମହଲରେ ନାନା ଚର୍ଚ୍ଚା ହେଉଛି।

ଅନ୍ୟପକ୍ଷରେ ସପ୍ତାହକ ତଳେ ନବୀନ ଦଳର ବିଭିନ୍ନ ସଂଗଠନକୁ ଭାଙ୍ଗି ଦେଇଥିଲେ। ବିଜୁ ମହିଳା ଜନତା ଦଳ, ବିଜୁ ଯୁବ ଜନତା ଦଳ, ବିଜୁ ଛାତ୍ର ଜନତା ଦଳ, ବିଜୁ ଶ୍ରମିକ ସାମ୍ମୁଖ୍ୟ, ଲିଗାଲ ସେଲ ଆଦି ପ୍ରମୁଖ ସଂଗଠନଗୁଡ଼ିକ ମଧ୍ୟରେ ରହିଥିଲା ।

ବିଜେଡିରେ ସାଙ୍ଗଠନିକ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହେଇଛି । ଖୁବଶୀଘ୍ର ସାଂଗଠନିକ ନିର୍ବାଚନ ହେବ।ବିଧାୟକ ପ୍ରତାପ ଦେବଙ୍କୁ ରିଟର୍ଣ୍ଣିଂ ଅଫିସର ଭାବେ ନିଯୁକ୍ତ କରାଯାଇଛି । ବର୍ତ୍ତମାନ ସବୁଠୁ ଚର୍ଚ୍ଚାର ବିଷୟ ହେଉଛି ବିଜେଡିର ସୁପ୍ରିମୋ ଭାବରେ ନବୀନ ପଟ୍ଟନାୟକ ରହିବେ ନା ସେ ଆଉ କାହାକୁ ଉତ୍ତରଦାୟିତ୍ୱ ଦେବେ। ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ବିଜେଡି ସମନ୍ବୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର ଗଣମାଧ୍ୟମକୁ ତାଙ୍କ ପ୍ରତିକ୍ରିୟାରେ କହିଥିଲେ, ସାଂଗଠନିକ କାର୍ଯ୍ୟକଳାପ ଦଳର ଗୋଟେ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ସବୁ ବର୍ଷ ନିର୍ଦ୍ଧାରିତ ସମୟରେ ଆମ ନିର୍ବାଚନ ହୁଏ। ଜିଲା ନିର୍ବାଚନ ଅଧିକାରୀଙ୍କ ନାମ ମୁଖ୍ୟ ନିର୍ବାଚନ ଅଧିକାରୀ ଘୋଷଣା କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ଗ୍ରୀନ୍ ଏନର୍ଜି ପାଇଁ ₹୪,୫୦୦ କୋଟି ନିବେଶ ପ୍ରସ୍ତାବ, ସୃଷ୍ଟି ହେବ ୩,୦୦୦ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର,୧୬.୪: ଆପୋଲୋ ଗ୍ରୀନ୍ ଏନର୍ଜି ଲିମିଟେଡ୍ ସବୁଜ ଶକ୍ତି ଭିତ୍ତିଭୂମି ବିକାଶ ପାଇଁ ଓଡ଼ିଶାରେ ₹୪,୫୦୦ କୋଟି ନିବେଶ କରିବାକୁ ଆଗ୍ରହ ପ୍ରକାଶ କରିଛି। ଓଡ଼ିଶାର...

ସରକାରୀ କର୍ମଚାରୀଙ୍କୁ କଡ଼ା ନିର୍ଦ୍ଦେଶ, ଅଫିସ୍‌ ବିଳମ୍ବରେ ପହଞ୍ଚିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୧୫ା୪(ସୁଚିସ୍ମିତା ସାହୁ): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କାର୍ଯ୍ୟରତ କର୍ମଚାରୀମାନେ ଠିକ୍‌ ସମୟରେ ଅଫିସ୍‌ ଆସୁନାହାନ୍ତି। ଫଳରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ବାଧାପ୍ରାପ୍ତ ହେବା ସହ ବିଳମ୍ବ...

କେମିତି ମିଳିବ ନୂଆ LPG କନେକ୍ସନ, ଖର୍ଚ୍ଚରୁ ନେଇ ଆବେଦନ ଯାଏ; ଜାଣନ୍ତୁ ପୁରା ପ୍ରକ୍ରିୟା…

ନୂଆଦିଲ୍ଲୀ,୧୬।୪: ଭାରତରେ ରୋଷେଇ ପାଇଁ ଅନେକ ପରିବାର ପାଇଁ ଏଲପିଜି ଗ୍ୟାସ ସଂଯୋଗ ଏବେ ଏକ ଅତ୍ୟାବଶ୍ୟକ ସେବା ପାଲଟିଛି। ଯଦି ଆପଣ ଏକ ନୂତନ...

ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ପେଟପୁରା ଖାଦ୍ୟ ନ ଦେଇ ଚାଉଳ ବଳକାଇ ଆତ୍ମସାତ କରୁଛି ସୟଂସେବା ଗ୍ରୁପ

କେସିଙ୍ଗା,୧୬.୪(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ଅଧମୁଣ୍ଡା ଗ୍ରାମ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ, ଅନୁସୂଚିତ ଜନଜାତି,ଅନୁସୂଚିତ ଜାତି ଉନ୍ନୟନ ବିଭାଗର ବାଳକ...

ପାନୀୟ ଜଳ ସମସ୍ୟାକୁ ନେଇ ବିଡ଼ିଓଙ୍କୁ ଲିଖିତ ଅଭିଯୋଗ କଲେ ପୋଖରା ଗ୍ରାମବାସୀ, ସୋଲାର ପମ୍ପ ଟ୍ୟାଙ୍କ ଦାରା ପାନୀୟ ଜଳ ଯୋଗାଣ ପାଇଁ ଦାବି

ଥୁଆମୂଳ ରାମପୁର,୧୬।୪-(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ପଞ୍ଚାୟତ ସ୍ଥିତ ପୋଖରା ଗ୍ରାମରେ ପାନୀୟ ଜଳ ସମସ୍ୟାକୁ ନେଇ ବିଡ଼ିଓଙ୍କୁ ଲିଖିତ...

ଥଣ୍ଡା ଭଲ କରିବା ପାଇଁ ୪ବର୍ଷର ଶିଶୁକୁ ସିଗାରେଟ ପିଆଇଲେ ଡାକ୍ତର

ନୂଆଦିଲ୍ଲୀ,୧୬।୪: ଉତ୍ତର ପ୍ରଦେଶର ଜଲାଉନ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଓ ନିନ୍ଦନୀୟ ଘଟଣା ସାମ୍ନାକୁ ଆସିଛି। ଏକ ସାମୁଦାୟିକ ସ୍ବାସ୍ଥ୍ୟ କେନ୍ଦ୍ର (ସିଏଚସି)ରେ କାର୍ଯ୍ୟ କରୁଥିବା...

Video: ନଦୀରେ ପଶି ରିଲ୍ ଶୁଟିଂ କରୁଥିଲେ ମହିଳା, ପ୍ରବଳ ସ୍ରୋତରେ ଭାସିଗଲେ

ନୂଆଦିଲ୍ଲୀ,୧୬ା୪: ଉତ୍ତରାଖଣ୍ଡରେ ଏକ ରିଲ୍ ସୁଟିଂ କରୁଥିବା ସମୟରେ ଜଣେ ମହିଳା ନଦୀରେ ବୁଡ଼ି ଭାସି ଯାଇଛନ୍ତି। ଯାହା ନେପାଳର ଏକ ପରିବାର ପାଇଁ ଏକ...

ଚୁପ୍‌ ରହିଲେ ମିଳିବ ୧ଲକ୍ଷ ଡଲାର…ଏହି ମହିଳାଙ୍କୁ ମସ୍କ କାହିଁକି ଦେଲେ ଏମିତି ସାଂଘାତିକ ଅଫର୍‌

ନୂଆଦିଲ୍ଲୀ,୧୬।୪: ଆମେରିକୀୟ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଆଶ୍ଲେଷ୍ଟ କ୍ଲେୟାର (୨୬) ଦାବି କରିଛନ୍ତି ଯେ ଟେସଲା ଓ ସ୍ପେସଏକ୍ସ ମୁଖ୍ୟ ଏଲନ ମସ୍କ (୫୩) ତାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image