Posted inଜାତୀୟ

ଟିକେଟ ନ ମିଳିବା ପରେ ଆସିଲା ବବିତା ଫୋଗାଟଙ୍କ ପ୍ରଥମ ବୟାନ, କହିଲେ ବ୍ୟକ୍ତିଠୁ ବଡ ଦଳ, ଦଳଠୁ ବଡ…

ନୂଆଦିଲ୍ଲୀ,୬।୯: ନିକଟରେ ଭାରତୀୟ ଜନତା ପାର୍ଟି (ଭାଜପା) ହରିୟାଣା ବିଧାନସଭା ନିର୍ବାଚନ ପାଇଁ ୬୭ ଜଣ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ଏଥର ପାର୍ଟି ରେସଲର ବବିତା ଫୋଗାଟଙ୍କୁ ଟିକେଟ ଦେଇ ନାହିଁ। ବବିତା ଫୋଗାଟଙ୍କ ସ୍ଥାନରେ ଚରଖି-ଦାଦରି ବିଧାନସଭା ଆସନରୁ ସୁନୀଲ ସାଙ୍ଗୱାନଙ୍କୁ ଭାଜପା ଟିକେଟ ଦେଇଛି। ଟିକେଟ ନ ପାଇବା ପରେ ବବିତା ଫୋଗାଟ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ତାଙ୍କର ପ୍ରଥମ ପ୍ରତିକ୍ରିୟା ଦେଇଥିଲେ।

ସେ ଶୁକ୍ରବାର ଏକ ଏକ୍ସ-ପୋଷ୍ଟରେ ଲେଖିଛନ୍ତି, ’ପାର୍ଟି ବ୍ୟକ୍ତିବିଶେଷଙ୍କଠାରୁ ବଡ଼ ଏବଂ ଦେଶ ଦଳଠାରୁ ବଡ଼, ଏହା ମୋର ଦଳର ସମସ୍ତଙ୍କ ପାଇଁ ବାର୍ତ୍ତା !’
ବବିତା ଫୋଗାଟ ଆହୁରି ଲେଖିଛନ୍ତି, ମୁଁ ଆମର ଭାରତୀୟ ଜନତା ପାର୍ଟିର ଶୀର୍ଷ ନେତୃତ୍ୱଙ୍କ ନିଷ୍ପତ୍ତିରେ ଛିଡା ହୋଇଛି। ଦଳର ଜଣେ ଉତ୍ସର୍ଗୀକୃତ କର୍ମୀ ହୋଇ ମୁଁ ସଂଗଠନ ଦ୍ୱାରା ଦିଆଯାଇଥିବା ପ୍ରତ୍ୟେକ ଦାୟିତ୍ୱ ତୁଲାଇବି। ମୋର ବିଧାନସଭା ନିର୍ବାଚନମଣ୍ଡଳୀ ଚାଖରି-ଦାଦରିର ଦେବତୁଲ୍ୟ ଜନତା ଜନାର୍ଦ୍ଦନଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି, ଯିଏ ମୋତେ ସର୍ବଦା ସେମାନଙ୍କ ଝିଅ ଏବଂ ଭଉଣୀ ପରି ଅପାର ପ୍ରେମ ଏବଂ ଆଶୀର୍ବାଦ ଦେଇଥିଲେ। ଭବିଷ୍ୟତରେ ମଧ୍ୟ ମୁଁ ତୁମର ସେବା କରିବାକୁ ସର୍ବଦା ପ୍ରସ୍ତୁତ ରହିବି। ଜୟ ହିନ୍ଦ-ଜୟ ଭାରତ।

ସୂଚନାଯୋଗ୍ୟ, ୨୦୧୯ ବିଧାନସଭା ନିର୍ବାଚନ ପୂର୍ବରୁ ରେସଲର ବବିତା ଫୋଗାଟ ଭାଜପାରେ ଯୋଗ ଦେଇଥିଲେ। ସେ ଭାଜପା ଟିକେଟରେ ଚାରଖୀ-ଦାଦରି ବିଧାନସଭା ଆସନରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ତେବେ ସେ ନିର୍ବାଚନରେ ଜିତିବାରେ ସଫଳ ହୋଇନଥିଲେ।
ନିକଟରେ ଭିଆରଏସ ନେଇଥିବା ସୁନୀଲ ସାଙ୍ଗୱାନଙ୍କୁ ଭାଜପା ଏହି ଆସନରୁ ପ୍ରାର୍ଥୀ କରିଛି। ସେ ତାଙ୍କ ପିତାଙ୍କ ରାଜନୈତିକ କର୍ମକ୍ଷେତ୍ର ଥିବା ଚାଖରି-ଦାଦରି ଆସନରୁ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି।
ଅକ୍ଟୋବର ୫ରେ ଗୋଟିଏ ପର୍ଯ୍ୟାୟରେ ହରିୟାଣାର ୯୦ ଟି ବିଧାନସଭା ଆସନରେ ଭୋଟ ଅନୁଷ୍ଠିତ ହେବ। ଅକ୍ଟୋବର ୮ରେ ନିର୍ବାଚନର ଫଳାଫଳ ଘୋଷଣା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଶାହାଙ୍କ ଉପରେ ପୁରସ୍କାର ଘୋଷଣା କଲେ ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁ, ସିଆର୍‌ପିଏଫ୍‌ ସ୍କୁଲ ବନ୍ଦ ପାଇଁ ଆହ୍ବାନ

ନୂଆଦିଲ୍ଲୀ,୨୫ା୧୦ : ଖଲିସ୍ତାନୀ ଆତଙ୍କବାଦୀ ତଥା ‘ଶିଖ୍‌ସ ଫର୍‌ ଜଷ୍ଟିସ୍‌’ (ଏସ୍‌ଏଫ୍‌ଜେ) ମୁଖ୍ୟ ଗୁର୍‌ପତଓ୍ବନ୍ତ ସିଂ ପନ୍ନୁ ପୁଣିଥରେ ଭାରତକୁ ଧମକ ଦେଇଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ...

ଆସିଲା ଡେଡ୍‌ଲାଇନ୍‌…ଦୀପାବଳି ପୂର୍ବରୁ ଡେମଚୋକ୍‌, ଡେପ୍‌ସାଙ୍ଗରୁ ହଟିବେ ଭାରତ-ଚାଇନା ସେନା

ନୂଆଦିଲ୍ଲୀ,୨୫ା୧୦: ପୂର୍ବ ଲଦାଖର ୨ ଫ୍ରିକ୍ସନ ପଏଣ୍ଟ ଡେମ୍‌ଚୋକ୍‌ ଏବଂ ଡେପ୍‌ସାଙ୍ଗରେ ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଲାଗି ରହିଥିବା ବିବାଦରେ ପଡ଼ିବ ପୂର୍ଣ୍ଣଚ୍ଛେଦ।...

ଜ୍ଞାନବାପି ମାମଲାରେ ହିନ୍ଦୁ ପକ୍ଷଙ୍କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨୫।୧୦: ଜ୍ଞାନବାପି ମାମଲାରେ ହିନ୍ଦୁ ପକ୍ଷଙ୍କୁ ବଡ଼ ଝଟ୍‌କା ଲାଗିଛି। ବାରାଣସୀ କୋର୍ଟ ହିନ୍ଦୁ ପକ୍ଷଙ୍କ ଆବେଦନକୁ ଖାରଜ କରିଛନ୍ତି। ତେବେ ଜ୍ଞାନବାପିର ଏଏସ୍‌ଆଇ ସର୍ଭେ...

କିଏ ନେବେ ରତନ ଟାଟାଙ୍କ ଅତିପ୍ରିୟ ‘ଟିଟୋ’ର ଯତ୍ନ, ସାମ୍ନାକୁ ଆସିଲା ଏହି ନାମ

ମୁମ୍ବାଇ,୨୫।୧୦: ଟାଟା ଗ୍ରୁପର ପୂର୍ବତନ ଅଧ୍ୟକ୍ଷ ତଥା ସମ୍ମାନିତ ଚେୟାରମ୍ୟାନ ରତନ ଟାଟାଙ୍କ ଅକ୍ଟୋବର ୯ରେ ମୁମ୍ବାଇର ବ୍ରିଜ କ୍ୟାଣ୍ଡି ହସ୍ପିଟାଲରେ ୮୬ ବର୍ଷ ବୟସରେ...

ଝାଡଖଣ୍ଡ ନିର୍ବାଚନ: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବଡ଼ ଦାୟିତ୍ୱ ଦେଲା ଭାଜପା

ଭୁବନେଶ୍ୱର,୨୫।୧୦: ଆଗକୁ ଝାଡଖଣ୍ଡ ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ। ତେବେ ଝାଡଖଣ୍ଡ ନିର୍ବାଚନକୁ ନେଇ ସବୁ ଦଳ ବଳ କଷାକଷି ଆରମ୍ଭ କରିଥିବାବେଳେ ଜାତୀୟ ରାଜନୀତି...

ଭାରତୀୟଙ୍କୁ ଚାକିରି ଦେବାକୁ ଡାକୁଛି ଜର୍ମାନୀ, ମୋଦିଙ୍କ ସାମ୍ନାରେ ଏମିତି କହିଲେ ଚାନସେଲର

ନୂଆଦିଲ୍ଲୀ,୨୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଜର୍ମାନ ଚାନସେଲର ଓଲାଫ ସ୍କୋଲଜ କହିଛନ୍ତି ଯେ ଜର୍ମାନୀ ଭାରତୀୟମାନଙ୍କୁ ଚାକିରି ଯୋଗାଇବାକୁ ଚାହୁଁଛି। ସେ ଡାକୁଛନ୍ତି। କିନ୍ତୁ...

ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୫।୧୦: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାର ସୁପ୍ରିମକୋର୍ଟଙ୍କରୁ ଏକ ବଡ଼ ଆଶ୍ୱସ୍ତି ପାଇଛନ୍ତି। ହାଇକୋର୍ଟଙ୍କ...

ନୀତୀଶ କୁମାରଙ୍କୁ ଭେଟିଲେ ଖାନ ସାର୍‌, ବଢୁଛି ରାଜନୈତିକ ଉଷ୍ମତା

ପାଟନା,୨୫।୧୦: ଏବେ ବିହାରର ରାଜଧାନୀ ପାଟନାରୁ ଏକ ବଡ ଖବର ସାମ୍ନାକୁ ଆସିଛି। ପ୍ରତିଯୋଗିତାମୂଳକ ପରୀକ୍ଷାର ଜଣାଶୁଣା ଶିକ୍ଷକ ଖାନ ସାର୍‌ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri