ଲକ୍ଷ୍ନୌ,୬ ।୧୨: ଠିକ୍ ଆଜିର ଦିିନରେ ୧୯୯୨ରେ ବାବ୍ରୀ ମସଜିଦ ଧ୍ୱଂସ କରି ଦିଆଯାଇଥିଲା । ଉତ୍ତର ପ୍ରଦେଶର ଅଯୋଧ୍ୟାରେ ୬ ଡିସେମ୍ବର ଅର୍ଥାତ୍ ବାବ୍ରୀ ମସଜିଦ ଧ୍ୱଂସର ବର୍ଷ ପୂର୍ତ୍ତିକୁ ଦେଖି ହାଇ ଆଲର୍ଟ ଘୋଷଣା କରାଯାଇଛି । କେବଳ ଅଯୋଧ୍ୟା ନୁହେଁ ମଥୁରାରେ ବି କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଡ୍ରୋନ ସାହାଯ୍ୟରେ ସୁରକ୍ଷାର ଯାଞ୍ଚ ବି କରାଯିବ । ଏହାସହ ସ୍ଥାନେ ସ୍ଥାନେ ପୋଲିସ ବି ମୁତୟନ କରାଯାଇଛି ।
ଏହି ସମୟରେ ଅଯୋଧ୍ୟାରେ କୌଣସି ଆୟୋଜନକୁ ପୋଲିସ ଅନୁମତି ଦେଇନାହିଁ । ବାହରୁ ଆସୁଥିବା ଲୋକେ ଓ ଗାଡିଗୁଡିକର କଡାକଡି ଯାଞ୍ଚ କରାଯାଉଛି । ମଥୁରାର ବରିଷ୍ଠ ପୋଲିସ ଅଧିକ୍ଷକ ଗୌରବ ଗ୍ରୋଭର ମଥୁରାରେ ସୁରକ୍ଷାକୁ ନେଇ ପ୍ରତି ମୁହୂର୍ତ୍ତରେ କଡା ନଜର ରଖିବାକୁ ପୋଲିସଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।