ମୁହଁ ଖୋଲିଲେ ବାବୁ, କାହିଁକି ଆସିଥିଲେ ଅମରେଶ, ବିରଞ୍ଚି

ଭୁବନେଶ୍ୱର,୩।୭: ବିଜେଡି କର୍ପୋରେଟର ଅମରେଶ ଜେନାଙ୍କ ବିଭୀଷଣ ମନ୍ତବ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି। ପ୍ରତାପ ଦେବଙ୍କ ଘରେ ଚାଲିଥିବା ବୈଠକରୁ ବାହାରିବା ପରେ ଅମରେଶ ଦଳରେ ବିଭୀଷଣ ଅଛନ୍ତି ବୋଲି ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, କିଛି ଦଳୀୟ ନେତା ବିଜେଡି ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି। ଦଳରେ ବିଭୀଷଣ ଅଛନ୍ତି। କିନ୍ତୁ ସବୁଠି ବିଜେଡି ଏକଜୁଟ ଅଛି।
ଅନ୍ୟପକ୍ଷେ ମଙ୍ଗଳବାର ଏକାମ୍ର ବିଧାୟକ ବାବୁ ସିଂଙ୍କ ପାଖକୁ ଅମରେଶ, ବିରଞ୍ଚି ଆସିଥିବା ଚର୍ଚ୍ଚା ହୋଇଥିଲା । ଏ ନେଇ ବାବୁ ବୁଧବାର ନିଜର ମନ୍ତବ୍ୟ ରଖିଛନ୍ତି।
ସେ କହିଛନ୍ତି ଅମରେଶ, ବିରଞ୍ଚି ତାଙ୍କ ପାଖକୁ ଆସିଥିଲେ। ଉଭୟ ନିଜ ଅଞ୍ଚଳରେ ଉନ୍ନତି ପାଇଁ ଆଲୋଚନା କରିବାକୁ ଆସିଥିବା ସେ କହିଛନ୍ତି।
ବୁଧବାର ପ୍ରତାପ ଦେବଙ୍କ ବାସଭବନରେ ବିଜେଡି ନେତାଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ବୈଠକରେ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ, ପ୍ରମିଳା ମଲ୍ଲିକ, ବିଧାୟକ ସୁଶାନ୍ତ ରାଉତଙ୍କ ସହ କିଛି କର୍ପୋରେଟର ମଧ୍ୟ ଉପସ୍ଥିତ ଥିଲେ।