ବାବୁ ଆମକୁ ରାସ୍ତା କେବେ ଦେବୁ, କାହିଁକି ହେଇନି

ମହାକାଳପଡ଼ା,୨୯ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସଭାଗୃହରେ ଜିଲାପାଳଙ୍କ ମିଳିତ ଜନଶୁଣାଣି ଶିବର ସୋମବାର ଅନୁଷ୍ଟିତ ହୋଇଯାଇଛି। ବ୍ଲକର ପେଟଛେଲା ପଞ୍ଚାୟତର ଜନଜାତି ବର୍ଗର ଶବରପଲ୍ଲୀ ଗାଁ ରହିଛି। ଏହି ଗାଁକୁ ସ୍ବାଧୀନତାର ଦୀର୍ଘ ୭୭ ବର୍ଷ ବିତି ଯାଇଥିଲେ ମଧ୍ୟ ସବୁଦିନିଆ ରାସ୍ତାଟିଏ ନାହିଁ। ବର୍ଷାଦିନ ଆସିଲେ ଲୁଗା ଦୋଳିରେ ଗର୍ଭବତୀ, ଗୁରୁତର ରୋଗୀଙ୍କୁ ବୋହି ନେବାକୁ ପଡ଼େ। ବାପା ଜେଜେ ବାପାଙ୍କ ଅମଳରୁ ଆମେ ଜଙ୍ଗଲ କାଟି ଦୀର୍ଘବର୍ଷ ହେବ ବସବାସ କରିଆସୁଛୁ। ଫଳରେ ଆମ ପିଲାମାନଙ୍କ ପାଠ ପଢ଼ିବାରେ ଅସୁବିଧା ହେଉଛି। ବାବୁ ଆମକୁ ରାସ୍ତା କେବେ ଦେବୁ, କାହିଁକି ହୋଇନି ଏଭଳି ଏକ ସଙ୍ଗୀନ ଅଭିଯୋଗ ଗାଁର ଅନୁସୂଚିତ ଜନଜାତିର ବୃଦ୍ଧା ଦୁଃଖୀ ଭକ୍ତା (୬୫) ଖଣ୍ଡେ ଦରଖାସ୍ତ ଧରି ଶିବିରରେ ଉପସ୍ଥିତ ପ୍ରଶାସନିକ ଅଧିକାରୀଙ୍କ ନିକଟରେ ଦୁଃଖ ବଖାଣି ଥିଲେ। ବୃଦ୍ଧାଙ୍କର ଦାବି ଶୁଣି ଉପସ୍ଥିତ ଥିବା ଜିଲାସ୍ତରୀୟ ପ୍ରଶାସନିକ ଅଧିକାରୀଙ୍କ ହଡବଡେଇ ଯାଇଥିଲେ। ଏହି ଅଭିଯୋଗକୁ ଗୁରୁତ୍ୱର ସହ ନେଇ ପ୍ରଶାସନିକ ଅଧିକାରୀ ୨୪ ଘଣ୍ଟା ମଧ୍ୟରେ ଗାଁ ପରିଦର୍ଶନ କରି ରାସ୍ତା ବ୍ୟବସ୍ଥା କରାଯିବ ବୋଲି ବୃଦ୍ଧାଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା।
ବ୍ଲକ ଅଧୀନ ପେଟଛେଲା ପଞ୍ଚାୟତର ଜଙ୍ଗଲ ଘେରା ଶବରପଲ୍ଲୀ ଗଁା ରହିଛି। ଶବରପଲ୍ଲୀର ୪୦ରୁ ଅଧିକ ଜନଜାତି ପରିବାରର ୨ ଶହରୁ ଅଧିକ ଲୋକ ବସବାସ କରୁଛନ୍ତି। ସେମାନଙ୍କ ମୌଳିକ ସମସ୍ୟାର ସମାଧାନ ଆଜି ପର୍ଯ୍ୟନ୍ତ ହୋଇପାରୁନାହିଁ। ଏ ନେଇ ରାଜନେତାଠାରୁ ପ୍ରଶାସନ ପର୍ଯ୍ୟନ୍ତ ଏହି ଜନଜାତି ପରିବାରମାନଙ୍କ ଦୁଃଖ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ ସ୍ଥାନୀୟ ଲୋକମାନେ ବୋଲି କହିଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନଜାତିଙ୍କ ବିକାଶ ପାଇଁ ଯୋଜନା ଘରେ ଯୋଜନା କରୁଛନ୍ତି। କିନ୍ତୁ ସ୍ଥାନୀୟ ଜନ ପ୍ରତିନିଧି ଓ ପ୍ରଶାସନ ଅବହେଳା ଯୋଗୁ ଆମେମାନେ ଦୁର୍ଦ୍ଦିନରେ ଦିନ କାଟୁଛୁ ବୋଲି କହିଛନ୍ତି ଅଭିଯୋଗକାରୀଙ୍କ ମଧ୍ୟରେ ପଇଡ଼ ଭକ୍ତା, ସୁମନ୍ତ ଭକ୍ତା, ମିଟ ନାୟକ, ସଚି ଆହାଡ଼ି, ସୁଦନ ଭକ୍ତା, ଗୌର ମଲିକ ପ୍ରମୁଖ। ସେମାନେ କହିବା କଥା ନିର୍ବାଚନ ଆସିଲେ ଜନ ପ୍ରତିନିଧିମାନେ ଆମକୁ ବିଭିନ୍ନ ପ୍ରତିଶ୍ରୁତି ଦେଇ ନିରୀହ ଆଦିବାସୀ ଶବରମାନଙ୍କଠାରୁ ଭୋଟ ନେଇଥାନ୍ତି। କିନ୍ତୁ ନିର୍ବାଚିତ ହେଲା ପରେ ଆମକୁ ଠକି ଦେଇଥାନ୍ତି। ଶବରପଲ୍ଲୀ ଲୋକେ ଏହି ମିଳିତ ଜନଶୁଣାଣିରେ ୪୦ ଅଭିଯୋଗ ପତ୍ରର ଶୁଣାଣି ହୋଇଥିଲା। ଶିବିରରେ ଅତିରିକ୍ତ ଜିଲାପାଳ (ରାଜସ୍ବ) ନିଲୁ ମହାପାତ୍ର, ଏସ୍‌ପି ମଡକର ସନ୍ଦିପ ସମ୍ପଦ, ପ୍ରୋଜେକ୍ଟ ଡାଇରେକ୍ଟର ରାଜେନ୍ଦ୍ର ପଣ୍ଡା, ଉପଜିଲ୍ଲାପାଳ ନିରଞ୍ଜନ ବେହେରା, ବିଡିଓ ସାଗର କୁମାର ନନ୍ଦ, ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ, ବ୍ଲକ ସହକାରୀ ଯନ୍ତ୍ରୀ ସ୍ମୃତିରେଖା ଖଟୁଆ , ଜିଲା ମୁଖ୍ୟ ଚିକିତ୍ସା ଅଧିକାରିଣୀ ଅନିତା ପଟ୍ଟନାୟକଙ୍କ ସମେତ ବିଭିନ୍ନ ଲାଇନ୍‌ ଡିପାର୍ଟ ମେଣ୍ଟର ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ-ବାଇକ୍‌ ଧକ୍କା: ଚାଲିଗଲା ବାପ-ପୁଅଙ୍କ ଜୀବନ, ମା’ ଗୁରୁତର

ଗୋପାଳପୁର, ୨୨।୯(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ୧୬ ନମ୍ବର ଜାତୀୟ ରାଜପଥ ଭାଲିଆଗାଡ଼ ନିକଟରେ ରବିବାର ଏକ ଟ୍ରକ-ବାଇକ୍‌ ମଧ୍ୟରେ ଧକ୍କା ହୋଇଛି। ଦୁର୍ଘଟଣାରେ...

ପୁରୁଷୋତ୍ତମପୁରରେ ବୁଲିଲା ଖଣ୍ଡା: ଭାଜପା କର୍ମୀଙ୍କୁ….

ପୁରୁଷୋତ୍ତମପୁର,୨୨।୯(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ରାଜନୈତିକ କାରଣକୁ ନେଇ ରବିବାର ଗୋଷ୍ଠୀ ସଂଘର୍ସ ଘଟିଛି। ଏଥିରେ ଉଭୟ ପକ୍ଷରୁ ଦୁଇଜଣ ଆହାତ ହୋଇଛନ୍ତି। ଆହାତମାନେ...

ଗଞ୍ଜେଇ ଜବତ, ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ରବିବାର ସାନଖେମୁଣ୍ଡି ବ୍ଲକ ଧରମପୁର ଗ୍ରାମ ଶ୍ମଶାନ ନିକଟରୁ ୨ କିଣ୍ଟାଲ ୧୪ କେ.ଜି ୨...

ରାସ୍ତା ପାର୍‌ ହେଉଥିବା ବେଳେ ଧକ୍କା ଦେଲା ଟ୍ରଲର, ୨ ମହିଳା ଗୁରୁତର

କେନ୍ଦୁଝର,୨୨।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥ ରାଇସୁଆଁ ପୁରୁଣା ଥାନା ନିକଟରେ ରବିବାର ସାରେ ରାସ୍ତା ଅତିକ୍ରମ କରୁଥିବାବେଳେ...

୨ ନାବାଳିକାଙ୍କୁ ଗଣବଳାତ୍କାର: ଅଭିଯୋଗ ପରେ ପୋଲିସର ତତ୍ପରତା, ୩ ଜଣ ଅଟକ

ରାଉରକେଲା, ୨୨।୯(ସଂଗୀତା ଜେନା): ରାଉରକେଲାରେ ଚାଞ୍ଚଲ୍ୟ। ଦୁଇ ଜଣ ନାବାଳିକାଙ୍କୁ ଗଣବଳାତ୍କାର ହୋଇଥିବା ଥାନାରେ ଅଭିଯୋଗ ହେବା ପରେ ପୋଲିସ ତତ୍ପର ହୋଇ ଉଠିଛି। ଏହି...

ଶ୍ୱଶୁରଙ୍କୁ ହତ୍ୟା କଲେ ଜ୍ବାଇଁ : ସ୍ତ୍ରୀ, ଶାଶୁ ଗୁରୁତର

ଲକ୍ଷ୍ମୀପୁର,୨୨ା୯(ଅନନ୍ତ ନାୟକ): କୋରାପୁଟ ଜିଲା ଲକ୍ଷ୍ମୀପୁର ସଦର ରେଲୱେ କଲୋନୀ ନିକଟ ଆମ୍ବଗୁଡ଼ା ସାହିରେ ଏକ ହତ୍ୟାକାଣ୍ଡ ଘଟିଛି। ଏଥିରେ ଶ୍ୱଶୁରଙ୍କୁ ଲୁହା ରଡ୍‌ରେ ପିଟି...

ଗାଁ ନିକଟରେ ଦିନ ଦି ପ୍ରହରରେ ବୁଲୁଛି ଗୋଠ ଛଡା ଭାଲୁ, ଲୋକେ ଆତଙ୍କିତ

କୋକସରା,୨୨।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଫରେଷ୍ଟ ସେକ୍ସନ ଅଧୀନରେ ଥିବା ପାତ୍ରବସା ଗାଁ ନିକଟରେ ଏକ ଭାଲୁ ଦିନ ଦି...

୪ ଘଣ୍ଟାରେ ଖାଇଗଲେ ୨ କୁଇଣ୍ଟାଲ ଚିକେନ ପକୋଡ଼ା

ପୁରୀ,୨୨।୯: ରାଜ୍ୟରେ ଏବେ ବି ରହିଛି ବାର୍ଡଫ୍ଲୁ ଆତଙ୍କ। ଖାସ୍‌ କରି ପୁରୀ ଜିଲାରେ ବାର୍ଡଫ୍ଲୁକୁ ନେଇ ସରକାରଙ୍କ ପକ୍ଷରୁ ସଚେତନତା ଜାରି ରହିଛି। ଏଭଳିସ୍ଥିତିରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri