ବାବୁଲ ସୁପ୍ରିୟୋ ହସ୍ପିଟାଲରେ ଭର୍ତ୍ତି

କୋଲକାତା,୧୩।୨: ପଶ୍ଚିମବଙ୍ଗ ପର୍ଯ୍ୟଟନ ମନ୍ତ୍ରୀ ତଥା ଗାୟକ ବାବୁଲ ସୁପ୍ରିୟୋ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସୋମବାର ଅପରାହ୍ନରେ ବାବୁଲ ସୁପ୍ରିୟୋଙ୍କୁ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା କରାଯାଉଛି। ଏନେଇ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଏଞ୍ଜିୟୋଗ୍ରାଫି ଦ୍ୱାରା ଜଣାପଡ଼ିଛି ଯେ ବାବୁଲଙ୍କୁ ‘କରୋନାରୀ ଆର୍ଟରୀ (ଧମନୀ) ସମ୍ବନ୍ଧୀୟ ସାମାନ୍ୟ ରୋଗ ହୋଇଛି ବୋଲି ଅଧିକାରୀ କହିଛନ୍ତି। ହସ୍ପିଟାଲ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି, ବର୍ତ୍ତମାନ ସମୟରେ ହୃଦ୍‌ରୋଗ ସମ୍ବନ୍ଧୀୟ କୌଣସି ହସ୍ତକ୍ଷେପର ଆବଶ୍ୟକତା ନାହିଁ ତାଙ୍କର ଚିକିତ୍ସା ଜାରି ରହିଛି।

Share