ନୂଆଦିଲ୍ଲୀ,୧୯।୧୦: ଗାୟକରୁ ରାଜନେତା ପାଲଟିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ମଙ୍ଗଳବାର ଆନୁଷ୍ଠାନିକ ଭାବେ ଭାଜପାରୁ ଇସ୍ତଫା ଦେଇଛନ୍ତି। ସେ ଭାଜପା ଟିକେଟରେ ପଶ୍ଚିମବଙ୍ଗର ଆସନସୋଲ ଆସନରୁ ଜିତି ଲୋକ ସଭାକୁ ଯାଇଥିଲେ। ଦଳ ତ୍ୟାଗ କରି ଟିଏମ୍ସିରେ ମିଶିଥିବାରୁ ଏମ୍ପି ପଦରେ ଆଉ ରହିବାକୁ ଚାହୁଁ ନଡିନ ଥିବା କହିଆସୁଥିଲେ। ବାବୁଲ ମଙ୍ଗଳବାର ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ସାକ୍ଷାତ୍ କରି ନିଜ ଇସ୍ତଫାପତ୍ର ଦେଇଛନ୍ତି।