Categories: ଜାତୀୟ

ବାବୁଲ ସୁପ୍ରିୟୋଙ୍କୁ ମନାଇବାକୁ ଚାଲିଛି ଉଦ୍ୟମ!

ନୂଆଦିଲ୍ଲୀ,୧ ।୮: ଭାରତୀୟ ଜନତା ପାର୍ଟି(ଭାଜପା)ର ଏମ୍‌ପି ଥିବା ବାବୁଲ ସୁପ୍ରିୟୋ ରାଜନୀତିରୁ ସନ୍ୟାସ ନେବା କଥା ଗୋଟିଏ ଦିନ ପୂର୍ବରୁ ଘୋଷଣା କରିଥିଲେ । ଏବେ କିନ୍ତୁ ଦଳ ପକ୍ଷରୁ ତାଙ୍କୁ ମନାଇବା ଉଦ୍ୟମ ଚାଲିଥିବା ବିଶେଷ ସୂତ୍ରରୁ ଜଣାପଡିଛି । ଏଥିପାଇଁ କୈଳାଶ ବିଜୟଭର୍ଗିୟ ଓ ଦିଲ୍ଳିପ ଘୋଷଙ୍କ ସହ କଥା ହେବାକୁ କୁହାଯାଇଛି । ସୂଚନାଯୋଗ୍ୟ, ଶନିବାର ବାବୁଲ ସୁପ୍ରିୟୋ ତାଙ୍କ ପେସବୁକରେ ରାଜନୀତିରୁ ସନ୍ୟାସ ନେବା କଥା ଜଣାଇଥିଲେ । କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଅଦଳ ବଦଳ ସମୟରେ ତାଙ୍କୁ ମନ୍ତ୍ରୀ ପଦରୁ ହଟାଇ ଦିଆଯାଇଥିଲା । ଏହାର କିଛିଦିନ ପରେ ବାବୁଲ କହିଥିଲେ କି ସେ ଏମ୍‌ପି ପଦରୁ ଇସ୍ତଫା ଦେବେ । ଯଦିଓ ସେ କ’ଣ ପାଇଁ ଇସ୍ତଫା ଦେବେ ତାହା ସ୍ପଷ୍ଟ ହୋଇନାହିଁ ହେଲେ ସେ ସଙ୍କେତ ଦେଇଛନ୍ତି କି ତାଙ୍କୁ ମନ୍ତ୍ରୀ ପଦ ନ ମିଳିବା ଓ ପଶ୍ଚିମବଙ୍ଗ ନେତୃତ୍ୱକୁ ନେଇ ଉଠିଥିବା ମତଭେଦ । ବାବୁଲ ସୁପ୍ରିୟୋ ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରରେ କେନ୍ଦ୍ର ରାଜ୍ୟ ମନ୍ତ୍ରୀ ଭାବେ କାର୍ଯ୍ୟ ତୁଲାଇଛନ୍ତି ।

Share