Categories: ଜାତୀୟ

ବିଧାୟକ ଭାବେ ନିର୍ବାଚନ ଜିତିଥିଲେ ବି ଶପଥ ନେଇପାରୁନାହାନ୍ତି

କୋଲକାତା,୧।୫: ଭାଜପାରୁ ଇସ୍ତଫା ଦେଇ ତୃଣମୂଳ କଂଗ୍ରେସରେ ସାମିଲ ହୋଇଥିବା ଗାୟକ ବାବୁଲ ସୁପ୍ରିଓ ବାଲିଗଞ୍ଜ ସିଟ୍‌ରୁ ବିଧାୟକ ଭାବେ ନିଯୁକ୍ତ ହୋଇଛନ୍ତି। ଉପନିର୍ବାଚନ ଫଳାଫଳ ଘୋଷଣା ହେବାର ୨ ସପ୍ତାହ ବିତି ଯାଇଥିଲେ ହେଁ ଶପଥ ନେଇ ପାରୁନାହାନ୍ତି ସେ। ଏହାକୁ ନେଇ ବିବାଦ ଲାଗି ରହିଛି।

ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖର ବାବୁଲଙ୍କୁ ଶପଥ ପାଠ କରାଇବା ପାଇଁ ପଶ୍ଚିମବଙ୍ଗ ବିଧାନସଭା ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କୁ ଅଧିକାର ପ୍ରଦାନ କରିଥିଲେ। ହେଲେ ଉପବାଚସ୍ପତି ବାବୁଲଙ୍କୁ ଶପଥ ପାଠ କରାଇବା ପାଇଁ ମନା କରିଦେଇଛନ୍ତି। ଆଶିଷ କହିଛନ୍ତି, ‘ପଶ୍ଚିମବଙ୍ଗ ବିଧାନସଭାର ବାଚସ୍ପତି ଉପସ୍ଥିତ ଥିବାବେଳେ ମୁଁ ଯଦି ବାବୁଲଙ୍କୁ ଡେପୁଟି ସ୍ପିକର ଭାବରେ ଶପଥ ପାଠ କରାଇବି, ତେବେ ଏହା ତାଙ୍କ ପାଇଁ ଅପମାନ ହେବ। ଶପଥ ଗ୍ରହଣ କରିବାରେ ମୋର ଅକ୍ଷମତା ପ୍ରକାଶ କରି ମୁଁ ରାଜ୍ୟପାଳଙ୍କୁ ଏକ ଚିଠି ପଠାଇବି। ବାଚସ୍ପତି ଥାଉ ଥାଉ ମୋର ତାଙ୍କୁ ଶପଥ ପାଠ କରାଇବାର କିଛି ଆବଶ୍ୟକତା ନାହିଁ।’

ବାବୁଲଙ୍କୁ ପୂର୍ବରୁ ଶପଥ ଦେବା ପାଇଁ ରାଜ୍ୟପାଳଙ୍କ ପାଖକୁ ଫାଇଲ ଯାଇଥିଲା। ହେଲେ ରାଜ୍ୟପାଳ ଜଗଦୀପ ଧନଖଡ ଫାଇଲ୍କୁ ଫେରାଇ ଦେଇଥିଲେ। ଏହାକୁ ନେଇ ବିବାଦ ଆରମ୍ଭ ହୋଇଛି।

Share