ଜୟପୁର, ୧।୩(ନି.ପ୍ର.) – ‘ସାଇକେଲ ଚଳାଇବା, ସୁସ୍ଥ ରହିବା’ ଏହି ବାର୍ତ୍ତା ନେଇ ଜୟପୁରରୁ ଲଦାଖ ସାଇକେଲ ଯାତ୍ରା ଆରମ୍ଭ କରିଛନ୍ତି କୋରାପୁଟ ଜିଲା ଲମତାପୁଟ ବ୍ଲକ ସାଗର ଗ୍ରାମର ବାବୁଲା ମୁଦୁଲି। ସେ ଏବେ ଭୁବନେଶ୍ୱରର ଏକ କଲେଜରେ ଯୁକ୍ତ ୨ ବିଜ୍ଞାନରେ ଅଧ୍ୟୟନ କରୁଛନ୍ତି। ସେ ରବିବାର ସନ୍ଧ୍ୟାରେ ଜୟପୁରରୁ ଏକ ସାଇକେଲରେ ବାହାରି ଛତିଶଗଡ଼ର ବସ୍ତର ଜିଲାରେ ପହଞ୍ଚତ୍ଛନ୍ତି। ସେଠାରେ ରାତିରେ ରହିବା ପରେ ସୋମବାର ପୁଣିଥରେ ଯାତ୍ରା ଆରମ୍ଭ କରିଛନ୍ତି। ଏହି ସାଇକେଲ ଯାତ୍ରା କରି ବିଭିନ୍ନ ରାଜ୍ୟର ଥାନାଗୁଡିକରୁ ଦସ୍ତଖତ ନେଇ ଶେଷରେ ଲଦାଖ ୟୁନିୟନ ଟେରିଟୋରି ଓ ଜମ୍ମୁ-କଶ୍ମୀରରେ ପହଞ୍ଚତ୍ବେ। ସବୁ ରାଜ୍ୟରେ ତାଙ୍କୁ ସମସ୍ତେ ସହଯୋଗ କରିବାକୁ ସେ ଅନୁରୋଧ କରିଛନ୍ତି। ପିଲାଟିବେଳୁ ପର୍ବତାରୋହଣ କରିବା ସହ ବିଭିନ୍ନ ସ୍ଥାନର ମନ୍ଦିର ବୁଲିବା ପସନ୍ଦ ବୋଲି ବାବୁଲା କହିଛନ୍ତି।