Categories: ଜାତୀୟ

ମାଟି ଘରେ ରହୁଥିବା ବାବୁଲାଲ ହେଲେ କ୍ୟାବିନେଟ ମନ୍ତ୍ରୀ, ୩ ବର୍ଷ ତଳେ ତାଙ୍କ ମୃତ୍ୟୁ ଖବର ହୋଇଥିଲା ପ୍ରଚାର…

ଜୟପୁର,୩୦।୧୨ : ରାଜସ୍ଥାନରେ ନବ ଗଠିତ ଭାଜପା ସରକାରର କ୍ୟାବିନେଟ ସମ୍ପ୍ରସାରଣ ଶନିବାର ହୋଇଛି। ଏଥିରେ ୧୨ ଜଣ ନେତାଙ୍କୁ କ୍ୟାବିନେଟରେ ସ୍ଥାନ ଦିଆଯାଇଛି। ଏଥିମଧ୍ୟରୁ ସବୁଠାରୁ ଚର୍ଚ୍ଚିତ ନାମ ହେଉଛି ବାବୁଲାଲ ଖରାଡି ଯିଏ ଝାଡୋଲର ବିଧାୟକ।

ମନ୍ତ୍ରିମଣ୍ଡଳରେ ବାବୁଲାଲଙ୍କୁ ମନ୍ତ୍ରୀ ପଦ ଦେଇ ଭାଜପା ଆଦିବାସୀ ସମ୍ପ୍ରଦାୟକୁ ନିଜ ଆଡକୁ ଆକର୍ଷିତ କରିବାକୁ ଚେଷ୍ଟା କରିଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ଗତଥର ରାଜସ୍ଥାନ ବିଧାନସଭାର ସର୍ବୋତ୍ତମ ବିଧାୟକ ଭାବରେ ନିର୍ବାଚିତ ହୋଇଥିବା ବାବୁଲାଲ ଏବେ ମଧ୍ୟ ଏକ ମାଟି ଘରେ ରହୁଛନ୍ତି।

ପ୍ରାୟ ତିନି ବର୍ଷ ପୂର୍ବେ ବାବୁଲାଲଙ୍କ ମୃତ୍ୟୁ ଖବର ଗୁଜବ ସୋସିଆଲ ମିଡିଆରେ ପ୍ରଚାରିତ ହୋଇଥିଲା। ତାଙ୍କ ସମର୍ଥକମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଆରମ୍ଭ କରି ଦେଇଥିଲେ। ତାଙ୍କ ପରିବାର ସଦସ୍ୟ ଏଥିରେ ଅସନ୍ତୋଷ ପ୍ରକାଶ କରିଥିଲେ। ପରେ ସେ ତାଙ୍କ ଫଟୋ ଶେୟାର କରି ସେ ଜୀବନ୍ତ ଥିବା ପ୍ରମାଣ ଦେଇଥିଲେ। ସେ ଚତୁର୍ଥ ଥର ପାଇଁ ଝାଡୋଲରୁ ବିଧାୟକ ହୋଇଛନ୍ତି।

Share