ବାବୁସାନ୍‌ ପାରିବାରିକ ବିବାଦ: ଆପୋସ ସମାଧାନ ପାଇଁ ଉଦ୍ୟମ

ଭୁବନେଶ୍ୱର,୨୮।୭(ବ୍ୟୁରୋ): ଅଭିନେତା ବାବୁସାନ୍‌ ମହାନ୍ତିଙ୍କ ପାରିବାରିକ ବିବାଦର ଆପୋସ ସମାଧାନ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ବାବୁସାନ୍‌ଙ୍କ ଓକିଲ ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଘଟଣାକୁ ନେଇ ବାବୁସାନ୍‌ ମଧ୍ୟ ଅନୁତାପ କରୁଛନ୍ତି ସେ କହିଛନ୍ତି।

ଅନ୍ୟପଟେ, ଚେନ୍ନାଇରୁ ଫେରିବା ପରେ ଗୁରୁବାର ପ୍ରଥମ ଥର ପାଇଁ ବାବୁସାନ୍‌ ଘରର ବାଲକୋନିରୁ ଗଣମାଧ୍ୟମ ସାମ୍ନାକୁ ଆସିଥିଲେ। ଏହା ସହ ସେ କହିଥିଲେ ଯେ, ଠିକ୍‌ ସମୟରେ ଠିକ୍‌ କଥା କହିବି। ଏବେ ମୁଁ ମୋ ପରିବାର ସହ ଖୁସିରେ ଅଛି। ଅପରପକ୍ଷେ, ବାବୁସାନ୍‌ଙ୍କ ମା’ ଅପରାଜିତା ମହାନ୍ତି କହିଥିଲେ, ଦେହ ଅସୁସ୍ଥ ଥିବାରୁ ଏବେ କିଛି କହିବେ ନାହିଁ। କିଛି ଦିନ ସମୟ ଦିଅନ୍ତୁ।

Share