ବାବୁସାନ୍‌ଙ୍କ ବିଦ୍ୟାରାଣ

ଓଡ଼ିଆ ସିନେମାଜଗତର ଅନ୍ୟତମ ନାମୀ ବ୍ୟାନର ବ୍ରଜରାଜ ମୁଭିଜ ଦ୍ୱାରା ପ୍ରସ୍ତୁତ ‘ରୋମିଓ ଦ ଲଭରବୟ’ରୁ ବାବୁସାନ୍‌ ନିଜର ବଡ଼ ପରଦା କ୍ୟାରିୟର ଆରମ୍ଭ କରିଥିଲେ। ଏବେ ତାଙ୍କର ବିଦ୍ୟାରାଣକୁ ନେଇ ଚର୍ଚ୍ଚା। ସେ କାହିଁକି ଏହି ରାଣ ପକାଇଲେ, ଆଉ ତା’ ପଛରେ କ’ଣ କାରଣ ରହିଛି, ତାହା ଜାଣିବାକୁ ଅନେକଙ୍କ ମନରେ ନିଶ୍ଚୟ ଉତ୍ସୁକତା ପ୍ରକାଶ ପାଇବଣି। ଅସଲ କଥା ହେଲା, ଏହାର ସଂଯୋଗ ରହିଛି ତାଙ୍କର ରିଲ୍‌ ଲାଇଫ୍‌ ସହ। ଅର୍ଥାତ୍‌ ‘ବିଦ୍ୟାରାଣ’ ଟାଇଟଲବିଶିଷ୍ଟ ଓଡ଼ିଆ ସିନେମାରେ ସେ ଅଭିନୟ କରୁଛନ୍ତି। ସିନେମାର ଆଉ ଅଳ୍ପ ପ୍ୟାଚ୍‌-ଅପ୍‌ କାମ ବାକି ଅଛି ଏବଂ ଚଳିତବର୍ଷ ରଜରେ ଫିଲ୍ମଟି ରିଲିଜ ହେବାର ଯୋଜନା ରହିଛି ବୋଲି ସୂଚନା ଦେଇଛନ୍ତି ଏହାର ନିର୍ଦ୍ଦେଶକ ଜ୍ୟୋତି ଦାସ। କାହାଣୀ ଅନୁସାରେ ଜଣେ ହନୁମାନ ପୂଜକ ବିବାହର ବହୁ ବର୍ଷ ପରେ ପୁତ୍ର ସନ୍ତାନଟିଏ ଲାଭ କରିଛି। ଶ୍ରଦ୍ଧାରେ ସେ ତାହାର ନାମ ରଖିଛି ସିଦ୍ଧ ମହାବୀର। ହେଲେ ବାସ୍ତବରେ ପିଲାଟିର ଆଚାର ବ୍ୟବହାର ସମ୍ପୂର୍ଣ୍ଣ ଅଲଗା। ଥରେ ପିଲାଦିନେ ସେ ବିଦ୍ୟାରାଣ ପକାଇ ଦେଇଛି। ହେଲେ କ’ଣ ପାଇଁ ସେ ଏପରି କରିଛି ଏବଂ ତାହା ପଛରେ କି ରହସ୍ୟ ଲୁଚି ରହିଛି ସିନେମାଟି ଦେଖିଲେ ଜାଣିପାରିବେ। ତଥ୍ୟ ଫିଲ୍ମସ ବ୍ୟାନରରେ ନିରଞ୍ଜନ ନାୟକଙ୍କ ପ୍ରଯୋଜିତ ଏହି ଫିଲ୍ମର ସଂଳାପ ବାପୁ ଗୋସ୍ବାମୀ ଲେଖିଛନ୍ତି ଏବଂ ଗୀତଗୁଡ଼ିକୁ ସ୍ବର ଦେଇଛନ୍ତି ବୈଦନାଥ ଦାଶ। ଏଥିରେ ବାବୁସାନ୍‌ଙ୍କ ସହ ସ୍କ୍ରିନ୍‌ ଶେୟାର କରିଛନ୍ତି ଚୁଲ୍‌ବୁଲି ଶିବାନୀ। ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁଙ୍କୁ ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ଅନ୍ୟପକ୍ଷରେ ଏହାର କାଷ୍ଟିଂରେ ଉତ୍ତମ ମହାନ୍ତି, ଅଭିନବ ସିଂ, ସୁଜିତ ପାଇକରାୟ ଏବଂ ପୁପୁଲ୍‌ ଭୂୟଁା ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅମିତାଭଙ୍କ ପରେ ‘KBC’ ସିଂହାସନରେ ବସିବେ କିଏ? ସର୍ଭେରେ ଆଗରେ ଅଛନ୍ତି ଏହି ୨ ସେଲିବ୍ରିଟି

ବଲିଉଡ୍‌ ସୁପରଷ୍ଟାର ଅମିତାଭ ବଚ୍ଚନ କେବଳ ଚଳଚ୍ଚିତ୍ର ନୁହେଁ, ଟିଭି ଇଣ୍ଡଷ୍ଟ୍ରିରେ ନିଜର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି। ସେ ବର୍ଷ ବର୍ଷ ଧରି...

KISS କଣ୍ଟ୍ରୋଭର୍ସିକୁ ନେଇ ଗୋଟିଏ ମାସ ପରେ କମେଣ୍ଟ ଦେଲେ ଉଦିତ

ମୁମ୍ବାଇ: ‘ପହଲା ନଶା’ ଠାରୁ ‘ଜାଦୁ ତେରୀ ନଜର’ ପର୍ଯ୍ୟନ୍ତ ୪୦ଟି ଭିନ୍ନ ଭିନ୍ନ ଭାଷାରେ ୨୫ହଜାର ଗୀତ ଗାଇଥିବା ଗାୟକ ଉଦିତ ନାରାୟଣ ସମ୍ପ୍ରତି...

ଆଇନଗତ ସମସ୍ୟାରେ ଫସିଲା ସୁପରଷ୍ଟାର ଶାହରୁଖଙ୍କ ମନ୍ନତ, ଜାଣନ୍ତୁ ପୂରା ମାମଲା

ମୁମ୍ବାଇ,୧୧।୩: ଶାହରୁଖ ଖାନଙ୍କ ବିଳାସପୂର୍ଣ୍ଣ ବଙ୍ଗଳା ମନ୍ନତ ତାଙ୍କ ପ୍ରଶଂସକଙ୍କ ପାଇଁ କୌଣସି ପର୍ଯ୍ୟଟନ ସ୍ଥଳଠାରୁ କମ୍‌ ନୁହେଁ। ପ୍ରଶଂସକମାନେ ପ୍ରାୟତଃ ମନ୍ନତକୁ ଯାଆନ୍ତି ଏବଂ...

ଇନ୍‌ଷ୍ଟାଗ୍ରାମ୍‌ରେ ୟୁଜଭେନ୍ଦ୍ର ଚହଲଙ୍କ ସହ ଫଟୋ ପୁନଃସ୍ଥାପିତ କଲେ ଧନଶ୍ରୀ ବର୍ମା

ନୂଆଦିଲ୍ଲୀ, ୧୧।୩: କୋରିଓଗ୍ରାଫର ଏବଂ ସୋସିଆଲ ମିଡିଆ ବ୍ୟକ୍ତିତ୍ୱ ଧନଶ୍ରୀ ବର୍ମା ସୋମବାର ଦିନ ତାଙ୍କ ଇନଷ୍ଟାଗ୍ରାମରେ ତାଙ୍କ ବିଚ୍ଛିନ୍ନ ସ୍ୱାମୀ କ୍ରିକେଟର ୟୁଜଭେନ୍ଦ୍ର ଚହଲଙ୍କ...

ମହିଳାମାନଙ୍କୁ ଦୋଷ ଦେବା ଏକ ଫ୍ୟାଶନ ହୋଇଗଲାଣି: ଅନ୍ୟ ଯୁବତୀଙ୍କ ସହ ସ୍ବାମୀଙ୍କ ଫଟୋ ଭାଇରାଲ ପରେ ରାଗିଲେ ଧନଶ୍ରୀ

ଭାରତୀୟ କ୍ରିକେଟ ଦଳର ଖେଳାଳି ୟୁଜଭେନ୍ଦ୍ର ଚହଲ ଆଜିକାଲି ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ଚାମ୍ପିଅନ୍ସ...

ସ୍ତ୍ରୀଙ୍କୁ ଦେଖି ରଣବୀରଙ୍କ ହୋଶ୍‌ ଉଡିଲା: କହିଲେ, ହେ ଭଗବାନ…

ବଲିଉଡ୍‌ ଫେମ୍‌ ଦୀପିକା ପାଦୁକୋଣ ପ୍ରଥମ ଭାରତୀୟ ଅଭିନେତ୍ରୀ ଭାବେ ପ୍ୟାରିସରେ ଏକ ଫରାସୀ ଲଗଜରୀ ବ୍ରାଣ୍ଡର ହାଉସ ଆମ୍ବାସାଡର ଭାବରେ ଭାରତକୁ ପ୍ରତିନିଧିତ୍ୱ କରିଛନ୍ତି।...

ତେନ୍ଦୁଲକରଙ୍କ ଝିଅ ନୁହନ୍ତି, ଏହି ଅଭିନେତ୍ରୀଙ୍କୁ ଡେଟ୍‌ କରୁଛନ୍ତି କ୍ରିକେଟର ଶୁବମନ ଗିଲ୍‌

ମୁମ୍ବାଇ: ଭାରତୀୟ କ୍ରିକେଟର ଶୁବମନ ଗିଲ୍‌ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକରଙ୍କୁ ଡେଟ୍‌ କରୁଥିଲେ ବୋଲି ଖୁବ୍‌ ଚର୍ଚ୍ଚା ହେଉଥିଲା। ମାତ୍ର ଏବେ ସାରା...

Photo: ବିକିନିରେ ଅନନ୍ୟା ପାଣ୍ଡେଙ୍କ କିଲର ଲୁକ୍, ବେଳାଭୂମିରେ କଲେ ମସ୍ତି…

ମୁମ୍ବାଇ: ବଲିଉଡର ସୁନ୍ଦରୀ ଡିଭା ଅନନ୍ୟା ପାଣ୍ଡେ ଆଜିକାଲି ତାଙ୍କ ଜୀବନର ସବୁଠାରୁ ଭଲ ପର୍ଯ୍ୟାୟରେ ଅଛନ୍ତି। ଅଭିନେତ୍ରୀ ପ୍ରତ୍ୟେକ ମୁହୂର୍ତ୍ତକୁ ଖୋଲାଖୋଲି ଉପଭୋଗ କରୁଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image