ଆପୋସ ସମାଧାନ ପାଇଁ ତୃପ୍ତିଙ୍କ ଘରକୁ ଗଲେ ବାବୁସାନ୍‌ଙ୍କ ଘନିଷ୍ଠ ସହଯୋଗୀ

ଭୁବନେଶ୍ୱର,୨୯।୭(ବ୍ୟୁରୋ): ଓଲିଉଡ୍‌ ଅଭିନେତା ବାବୁସାନ୍‌ ମହାନ୍ତି ଏବଂ ସ୍ତ୍ରୀ ତୃପ୍ତି ଶତପଥୀଙ୍କ ପରିବାରିକ ବିବାଦର ସମାଧାନ କରିବାକୁ ଉଦ୍ୟମ କରାଯାଉଛି। ବାବୁସାନ୍‌ଙ୍କ ଘନିଷ୍ଠ ସହଯୋଗୀ ରବି ମିଶ୍ର ଶୁକ୍ରବାର ତୃପ୍ତିଙ୍କ ସତ୍ୟ ନଗର ଘରେ ପହଞ୍ଚିଥିଲେ। ଏହା ପରେ ପ୍ରାୟ ଘଣ୍ଟାଏ ଧରି ତୃପ୍ତିଙ୍କ ପରିବାର ସହ ଆଲୋଚନା କରିଥିବା ଜଣାପଡ଼ିଛି। ତେବେ ଖୁବ୍‌ଶୀଘ୍ର ସମାଧାନର ବାଟ ବାହାରିବ ବୋଲି ରବି ମିଶ୍ର ଗଣମାଧ୍ୟମକୁ କହିଛନ୍ତି।
ଅନ୍ୟପଟେ, ଚେନ୍ନାଇରୁ ଫେରିବା ପରେ ଗୁରୁବାର ପ୍ରଥମ ଥର ପାଇଁ ବାବୁସାନ୍‌ ଘରର ବାଲକୋନିରୁ ଗଣମାଧ୍ୟମ ସାମ୍ନାକୁ ଆସିଥିଲେ। ଏହା ସହ ସେ କହିଥିଲେ ଯେ, ଠିକ୍‌ ସମୟରେ ଠିକ୍‌ କଥା କହିବି। ଏବେ ମୁଁ ମୋ ପରିବାର ସହ ଖୁସିରେ ଅଛି। ଅପରପକ୍ଷେ, ବାବୁସାନ୍‌ଙ୍କ ମା’ ଅପରାଜିତା ମହାନ୍ତି କହିଥିଲେ, ଦେହ ଅସୁସ୍ଥ ଥିବାରୁ ଏବେ କିଛି କହିବେ ନାହିଁ। କିଛି ଦିନ ସମୟ ଦିଅନ୍ତୁ।

Share