ରାସ୍ତା ମଝିରେ ପ୍ରକୃତିଙ୍କୁ ମାଡ଼ ମାରିଲେ ବାବୁସାନଙ୍କ ସ୍ତ୍ରୀ: ଭାଇରାଲ ହେଲା ଭିଡ଼ିଓ

ଭୁବନେଶ୍ୱର,୨୩।୭(ବ୍ୟୁରୋ): ଓଲିଉଡ୍‌ ଅଭିନେତା ବାବୁସାନ ମହାନ୍ତି ଏବଂ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଏକ ଭିଡ଼ିଓ ଭାଇରାଲ ହେଉଛି। ଯାହାକୁ ନେଇ ବର୍ତ୍ତମାନ ସବୁଆଡେ ଚର୍ଚ୍ଚା ହେଉଛି। ତେବେ ଭିଡ଼ିଓରେ ବାବୁସାନଙ୍କ ସ୍ତ୍ରୀ ଅଭିନେତ୍ରୀ ପ୍ରକୃତିଙ୍କୁ ମାଡ଼ ମାରୁଥିବା ଦୃଶ୍ୟ ସାମ୍ନାକୁ ଆସିଛି। କାର୍‌ରେ ବାବୁସାନଙ୍କ ସହ ଥିବା ପ୍ରକୃତିଙ୍କୁ ଟଣାଓଟରା କରିଛନ୍ତି ବାବୁସାନଙ୍କ ସ୍ତ୍ରୀ । ହେଲେ ଭିଡ଼ିଓଟି କେଉଁ ଦିନର ତାହା ସ୍ପଷ୍ଟ ହୋଇନାହିଁ।

Share