ବ୍ରିଟେନ୍‌ ଯାଉଥିଲା ବିମାନ, ୩୩୦୦୦ ଫୁଟ ଉଚ୍ଚରେ ହଠାତ୍‌ ମହିଳାଙ୍କର ହେଲା ପ୍ରସବ ଯନ୍ତ୍ରଣା; ଆଉ ତା’ ପରେ…

କାବୁଲ,୨୯ା୮: ଆଫଗାନିସ୍ତାନରୁ ବ୍ରିଟେନକୁ ଏକ ବିମାନ ଉଡ଼ାଣ କରିବା ସମୟରେ ଜଣେ ମହିଳା କ୍ୟାବିନ୍‌ କ୍ରୁରେ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି।ଶୁକ୍ରବାର ବିମାନଯାତ୍ରା କରୁଥିବା ଜଣେ ଆଫଗାନ ମହିଳାଙ୍କ ୩୩୦୦୦ ଫୁଟ ଉଚ୍ଚରେ ପ୍ରସବ ଯନ୍ତ୍ରଣା ହୋଇଥିଲା। ଏହି ସମୟରେ ବିମାନରେ କୌଣସି ଡାକ୍ତର ନ ଥିଲେ। ଫଳରେ ଏୟାରହୋଷ୍ଟେସ୍‌ମାନେ ମହିଳାଙ୍କର ପ୍ରସବ କରାଇଥିଲେ। ଉଭୟ ମା’ ଏବଂ ପିଲା ସୁସ୍ଥ ଅଛନ୍ତି।

ଏହି ଶିଶୁକନ୍ୟାଟି ତୁର୍କୀର ଏୟାରଲାଇନ୍‌ କ୍ୟାବିନ୍‌ କ୍ରୁରେ କୁବେତ ଉପର କ୍ଷେତ୍ରରେ ଜନ୍ମ ନେଇଥିଲା। ଏଥିପାଇଁ ଶିଶୁକନ୍ୟାର ନାମ ‘ଇଭା’ ରଖାଯାଇଛି। ୨୬ ବର୍ଷୀୟା ନୁରୀ ଇଭାଙ୍କୁ ଜନ୍ମ ଦେଇଥିଲେ। ଇଭା ତାଙ୍କର ତୃତୀୟ ସନ୍ତାନ। ଶିଶୁକନ୍ୟାର ଜନ୍ମ ପରେ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ନବଜାତକ ତା’ ମା କୋଳରେ ଥିବା ଦେଖିବାକୁ ମିଳିଛି।

Share