ଜନ୍ମନେଲା ୪ ହାତ, ୪ ପାଦ ଥିବା ଶିଶୁ, ଲୋକେ କହୁଛନ୍ତି…

ପାଟଣା,୧୯ା୧: ବିହାରର କଟିହାରରେ ୪ ହାତ, ୪ ପାଦ ଥିବା ଏକ ଶିଶୁ ଜନ୍ମ ନେଇଛି। ଏହି ଖବର ଆଖପାଖ ଅଞ୍ଚଳରେ ପ୍ରଚାରିତ ହେବା ପରେ ଲୋକେ ହସ୍ପିଟାଲରେ ଭିଡ଼ ଜମାଇଥିଲେ। ସୋସିଆଲ ମିଡିଆରେ ଶିଶୁଟିର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି।

ବିହାରର କଟିହାରରେ ଥିବା ସଦର ହସ୍ପିଟାଲରେ ଏହି ଶିଶୁଟି ଜନ୍ମ ନେଇଛି। ବିଚିତ୍ର ଶିଶୁକୁ ଦେଖିବା ପାଇଁ ହସ୍ପିଟାଲରେ ଲୋକଙ୍କ ଗହଳି ଲାଗିଛି। କେହି କେହି ଶିଶୁଟିକୁ ଭଗବାନଙ୍କ ଅବତାର ବୋଲି କହୁଛନ୍ତି। ଏଠାକାର ଡାକ୍ତର କହିଛନ୍ତି, ଶିଶୁଟି ଦିବ୍ୟାଙ୍ଗ ଏବଂ ଅସାମାନ୍ୟ।

ପଶ୍ଚିମବଙ୍ଗ ନିବାସୀ ଶିଶୁଟିର ପିତା କୁହନ୍ତି, ଏହା ପୂର୍ବରୁ ସେ ତାଙ୍କ ସ୍ତ୍ରୀଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରାଇଥିଲେ। ଅଲଟ୍ରାସାଉଣ୍ଡ ରିପୋର୍ଟରେ ଡାକ୍ତର କହିଥିଲେ ପିଲାଟି ଠିକ୍‌ ଅଛି। ମାତ୍ର ଜନ୍ମ ପରେ ପିଲାଟି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଯାଇଛି।

ଅନ୍ୟପକ୍ଷରେ ପରିବାର ଲୋକେ ଚାହିଁଛନ୍ତି ପିଲାଟି ସାଧାରଣ ଜୀବନ ଜିଉଁ। ଏଥିପାଇଁ ଅପେରଶନ ଜରୁରୀ ଅଟେ। ମାତ୍ର ପରିବାର ଲୋକଙ୍କ ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନ ଥିବାରୁ ସମସ୍ୟା ଦେଖାଦେଇଛି।

ସୂଚନାଥାଉକି, ବିହାରର ଗୋପାଳଗଞ୍ଜରେ ଡିସେମ୍ବରରେ ମଧ୍ୟ ଏକ ଅଦ୍ଭୁତ ଶିଶୁ ଜନ୍ମ ନେଇଥିଲା। ଯାହାର ତିନୋଟି ହାତ ଏବଂ ତିନୋଟି ପାଦ ଥିଲା। ପରିବାର ଲୋକେ ଅଲଟ୍ରାସାଉଣ୍ଡ କରାଇଥିଲେ ମଧ୍ୟ ଏ ବିଷୟରେ ଜାଣି ପାରି ନ ଥିଲେ।

Share