କରୋନାର ଦ୍ୱିତୀୟ ଲହର ପୁଣି ଆସିଛି। ହେଲେ ଏ ନେଇ ଲୋକେ ସଚେତନ ନ ଥିବା ଦେଖିବାକୁ ମିଳୁଛି। ଦିନକୁ ଦିନ ପଜିଟିଭ୍ଙ୍କ ସଂଖ୍ୟା ବଢ଼ୁ ଥିବା ବେଳେ ଏ ନେଇ ଚିନ୍ତା ବଢ଼ିଛି। ତେବେ ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ମା’ଙ୍କ ସହ ଏକ ପିଲାକୁ ଦେଖିବାକୁ ମିଳୁଛି। ପିଲାଟି ମୁହଁରେ ମାସ୍କ ଥିବା ବେଳେ ମା’ ମୁହଁରୁ ମାସ୍କ କାଢ଼ି ଦେଇଛନ୍ତି। ପରେ ଛୋଟ ପିଲାଟି ମା’ଙ୍କୁ ମାସ୍କ ପିନ୍ଧାଇ ଦେଉଛି। ଏହା ପରେ ମା’ ମାସ୍କ କାଢ଼ି ଦେବାରୁ ପିଲାଟି ମା’ଙ୍କୁ ଚାପୁଡା ମାରୁଛି। ଏହି ଭିଡିଓକୁ ପୂଜା ମହାପାତ୍ର ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। କ୍ୟାପଶନ୍ରେ ଲେଖିଛନ୍ତି, ‘ତୁମକୁ କେବଳ ଏହା ଦରକାର .. ଯଦି ନ ସୁଧୁରିବ ତେବେ ଏହା ତୁମ ସହିତ ହୋଇପାରେ।’। ଏହି ଭିଡିଓଟି ଭାଇରାଲ ହେବାରେ ଲାଗିଛି।