ରାସ୍ତାକଡ଼ରୁ ମିଳିଲା ଶିଶୁପୁତ୍ର

ନୂଆପଡ଼ା,୨୪ା୬ (ମକାରୁ ବେମାଲ): ନୂଆପଡ଼ା ଜିଲା ଲଖନା ଥାନା କୁରୁମପୁରି ପଞ୍ଚାୟତ ବେଲମୁଣ୍ଡିଆ ପଡ଼ା ରାସ୍ତାପାର୍ଶ୍ୱରୁ ସୋମବାର ଏକ ଶିଶୁପୁତ୍ର ଉଦ୍ଧାର ହୋଇଛି। ଶିଶୁର ବୟସ ଏକ ମାସରୁ ଦେଢମାସ ଭିତରେ ହେବ ବୋଲି ଅନୁମାନ କରାଯାଉଛି ା ଲଖନା ଥାନା ପୋଲିସ ଓ ଜିଲା ଚାଇଲ୍ଡ ଲାଇନ କର୍ମଚାରୀ ଉଦ୍ଧାର ଶିଶୁପତ୍ରକୁ ଆଣି ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ବାସ୍ଥ୍ୟ ପରୀକ୍ଷା କରାଇଛନ୍ତି।

ସୂଚନା ମୁତାବକ ବେଲମୁଣ୍ଡିଆ ପଡ଼ାର ଜୟଧର ଧରୁଆ (୪୦) ଓ ଦୌପତି ଧରୁଆ (୩୭) ଛେଳି ଚରାଇବା ପାଇଁ ଯାଇଥିବା ବେଳେ ୩୫୩ନଂ. ଜାତୀୟ ରାଜପଥର ସପ୍ତାହିକ ଛେଳି ବଜାର ନିକଟ ଏକ ବୁଦାମୂଳରେ ଶିଶୁପୁତ୍ର ପଡିଥିବା ଦେଖିଥିଲେ। ଏ ନେଇ ଖବର ପାଇ ଜିଲା ଚାଇଡ ଲାଇନ କର୍ମଚାରୀ ପହଞ୍ଚି ପୋଲିସ ଗାଡିରେ ଶିଶୁକୁ ନୂଆପଡ଼ା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଶିଶୁଟି ସୁସ୍ଥ ଥିବା ଜଣାପଡିଛି। ଶିଶୁପୁତ୍ର କପାଳରେ କଜଳ ଟିକା ଲଗାଯାଇଥିବା ବେଳେ ନୂତନ ବେବି ଡ୍ରେସ ପିନ୍ଧିଥିବା ଦେଖାଯାଇଛି। ଶିଶୁପୁତ୍ର କାହାର, ବୁଦାମୂଳକୁ କେମିତି ଆସିଲା ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri