Advertisement

ଘର ଭାଙ୍ଗିଲେ, ଶିଶୁପୁତ୍ରର ଜୀବନ ନେଲେ

କେନ୍ଦୁଝର,୧୩ା୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ରେଞ୍ଜ ଅଧୀନ ବିମଳା ସେକ୍ସନ ରାଣିବେଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଶୁକ୍ରବାର ରାତିରେ ଖାଦ୍ୟ ଅନ୍ବେଷଣରେ ଆସିଥିବା ହାତୀପଲ ଜଣେ ବ୍ୟକ୍ତିଙ୍କ ଘର କାନ୍ଥ ଭାଙ୍ଗି ଦେବାରୁ ଭିତରେ ଶୋଇଥିବା ୭ ବର୍ଷ ପୁଅର ମୃତ୍ୟୁ ଘଟିଛି। ମୃତକ ହେଲେ ବିନୋଦ ମହାନ୍ତଙ୍କ ପୁଅ ନାରାୟଣ।
ଏହି ପଲରେ ୭ ହାତୀ ଥିବା ଜଣାପଡିଛି। ରାତି ପ୍ରାୟ ସାଢେ ୩ଟାରେ ହାତୀପଲ ଘରର କାନ୍ଥ ଭାଙ୍ଗିଦେବାରୁ ଭିତରେ ଶୋଇଥିବା ନାରାୟଣ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଉଦ୍ଧାର କରି ଢେଙ୍କାନାଳ ଜିଲାର କାମାକ୍ଷାନଗର ଡାକ୍ତରଖାନାକୁ ନେବାବେଳେ ବାଟରେ ମୃତ୍ୟୁ ହୋଇଯାଇଥିଲା। ଏନେଇ କେନ୍ଦୁଝର ଡିଏଫ୍‌ଓ ଧନରାଜ ଏଚ.ଡି. କହିଛନ୍ତି, ମୃତ ଶିଶୁଙ୍କ ପରିବାରକୁ ଅନୁକମ୍ପାମୂଳକ ୪୦ହଜାର ଟଙ୍କା ସହାୟତା ଦିଆଯାଇଛି

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share