ବିବାହର ୫ ମାସ ମଧ୍ୟରେ ମା’ ହେଲେ ଏହି ଅଭିନେତ୍ରୀ

ମୁମ୍ବାଇ,୧୦ା୧୦: ଅଭିନେତ୍ରୀ ପୂଜା ବାନାର୍ଜୀ ବିବାହର ୫ ମାସ ମଧ୍ୟରେ ମା’ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ସ୍ବାମୀ କୁଣାଳ କହିଛନ୍ତି, ‘ପୂଜା ଏବଂ ମୁଁ ବହୁତ ଖୁସି। କାରଣ ଆଜି ଆମେ ଦୁଇଜଣ ମା’-ବାପା ହୋଇଗଲୁ। ସେ କହିଛନ୍ତି, ଅପରରେଶନ ଥିଏଟର(ଓଟି)ରେ ମୁଁ ପୂଜାଙ୍କ ସହିତ ଥିଲି। ପୂଜା ଏବଂ ପୁଅ ଉଭୟ ଠିକ୍‌ ଅଛନ୍ତି। ଭଗବାନଙ୍କ ନିକଟରେ ମୁଁ ବହୁତ ଋଣୀ।
ଟିଭି ଶୋ’ ‘ଜଗତ୍‌ଜନନୀ ମା’ ବୈଷ୍ଣୋ ଦେବୀ’ରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିଲେ ପୂଜା। ନିଜ ଅସୁବିଧା କାରଣରୁ ସେ ଏହି ଶୋ’ ଛାଡ଼ି ଦେଇଥିଲେ। ଏକ ସାକ୍ଷାତକାରରେ କହିଥିଲେ, ସେ ମା’ ହେବାକୁ ଯାଉଥିବାରୁ ଶୋ’ ଛାଡ଼ିଦେଲେ। ଗର୍ଭାବସ୍ଥାରେ ମଧ୍ୟ ସେ କାମ କରୁଥିଲେ। ମାତ୍ର କରୋନା ମହାମାରୀ ଯୋଗୁ ତାଙ୍କୁ ଆହୁରି ସାବଧାନ ରହିବାକୁ ପଡ଼ିଲା। ଆସନ୍ତା ବର୍ଷ ପର୍ଯ୍ୟନ୍ତ ସେ କାମରୁ ବିରତି ନେଇଛନ୍ତି।
ସ୍ମରଣଯୋଗ୍ୟ, ଚଳିତବର୍ଷ ଏପ୍ରିଲ ୧୫ ଲକ୍‌ଡାଉନ୍‌ ସମୟରେ ଅଭିନେତା ତଥା ତାଙ୍କ ବୟଫ୍ରେଣ୍ଡ୍‌ କୁଣାଳ ବର୍ମାଙ୍କ ହାତ ଧରିଥିଲେ। ପୂଜା ଏତେ କମ୍‌ ମାସରେ ମା’ ହୋଇଥିବାରୁ ସୋସିଆଲ ମିଡିଆରେ ୟୁଜରମାନେ ସେ ବିବାହ ପୂର୍ବରୁ ଗର୍ଭବତୀ ଥିବା ଚର୍ଚ୍ଚା କରୁଛନ୍ତି।

Share