Categories: ଜାତୀୟ

ପିମ୍ପୁଡ଼ି କାମୁଡ଼ାରେ ଶିଶୁ ମୃତ

ଲକ୍ଷ୍ନୌ, ୪।୬: ଉତ୍ତର ପ୍ରଦେଶର ମହୋବା ଜିଲା ସ୍ବାସ୍ଥ୍ୟକେନ୍ଦ୍ରରେ ପିମ୍ପୁଡ଼ି କାମୁଡ଼ିବାରୁ ଜଣେ ୩ ଦିନର ଶିଶୁଙ୍କ ପ୍ରାଣ ଚାଲିଯାଇଛି। ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଅବହେଳା କାରଣରୁ ଏପରି ହୋଇଥିବା ତାଙ୍କ ଘରଲେକ କହିଛନ୍ତି। ମାମଲା ଚପାଇଦେବା ପାଇଁ ଡାକ୍ତର ତାଙ୍କୁ ୬,୫୦୦ ଟଙ୍କା ଯାଚିଥିବା ପରିବାର ଅଭିଯୋଗ ଆଣିଛନ୍ତି। କୁଲପାହାଡ ତହସିଲ ଅନ୍ତର୍ଗତନ୍‌ ମୁଧାରୀ ଗ୍ରାମର ସୁରେନ୍ଦ୍ର ରେକଓ୍ବାର ମେ ୩୦ରେ ତାଙ୍କ ଗର୍ଭବତୀ ସ୍ତ୍ରୀ ସୀମାଙ୍କ ପ୍ରସବ ପାଇଁ ଡାକ୍ତରଖାନା ନେଇଥିଲେ। ପ୍ରବସ ପରେ ଡାକ୍ତରଖାନା କର୍ମଚାରୀ ଶିଶୁଟିକୁ ନ୍ୟୁବର୍ନ ଓ୍ବାର୍ଡରେ ରଖିଥିଲେ। ଓ୍ବାର୍ଡ ଅସନା ହୋଇ ପଡ଼ି ରହିଥିବାବେଳେ ସେଠାରେ ମାଳ ମାଳ ପିମ୍ପୁଡ଼ି ଥିବା ପରିବାର ଲୋକେ କହିଛନ୍ତି।

Share