ମା’ ପାଖରେ ଶୋଇଥିଲା ୬ ବର୍ଷର ଶିଶୁ: କାମୁଡ଼ିଲା ସାପ

ଆନନ୍ଦପୁର,୩।୭(ସନ୍ତୋଷ ରାଉତ): କେନ୍ଦୁଝର ଜିଲା ଘସିପୁରା ଥାନା ଧକୋଠା ଅନ୍ତର୍ଗତ ଚଣ୍ଡିଆଗୋଠ ଗ୍ରାମରେ ସାପ କାମୁଡ଼ାରେ ଯଦୁ ମୁଣ୍ଡାଙ୍କ ୬ ବର୍ଷର ପୁଅଙ୍କ ମୃତ୍ୟୁ ଘଟିଛି।

ମିଳିଥିବା ସୂଚନା ମୁତାବକ, ରବିବାର ରାତିରେ ମା’ ପୁଅ ମଶାରୀ ଟଙ୍ଗାଇ ଶୋଇଥିଲେ। ହେଲେ ଏକ ବିଷଧର ସାପ ମଶାରୀ ଭିତରେ ପଶି ପୁଅକୁ କାମୁଡ଼ି ଦେଇଥିଲା। ସୋମବାର ସକାଳେ ପୁଅର ପାଟିରୁ ଫେଣ ବାହାରୁଥିବା ଦେଖି ସାପ କାମୁଡି ଦେଇଥିବା ଜାଣି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ଶିଶୁଙ୍କୁ ମୃତ ଘୋଷଣା କରିଥିଲେ। ଶିଶୁ ପୁତ୍ରକୁ ହରାଇ ପରିବାର ଲୋକେ ଭାଙ୍ଗି ପଡିବା ସହ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।