ଅଂଶୁଘାତରେ ଛୁଆ ହାତୀର ମୃତ୍ୟୁ

ସଜନାଗଡ଼,୨୦।୫: ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ କୁଲଡ଼ିହା ଅଭୟାରଣ୍ୟରୁ ବନବିଭାଗ ଏକ ଛୁଆ ହାତୀର ମୃତଦେହ ଉଦ୍ଧାର କରିଛି। ହାତୀର ବୟସ ୩ ବର୍ଷ ହେବ। ଅଂଶୁଘାତ ଯୋଗୁ ହାତୀର ମୃତ୍ୟୁ ହୋଇଥିବା ବନ ବିଭାଗ ପକ୍ଷରୁ ଅନୁମାନ କରାଯାଉଛି।
କୁଲଡ଼ିହା ଅଭୟାରଣ୍ୟର ବନ କର୍ମଚାରୀ ପାଟ୍ରୋଲିଂ କରୁଥିବା ବେଳେ ଜୋଡ଼ାଚୁଆ ସେକ୍ସନ ଅଧୀନ ମୁଖଚତୁରୀ ନାଳ ନିକଟରେ ଏକ ଛୁଆ ହାତୀର ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। କର୍ମଚାରୀମାନେ ତୁରନ୍ତ କୁଲଡ଼ିହା ରେଞ୍ଜର ବିଜୟ କୁମାର ମହାପାତ୍ରଙ୍କୁ ଜଣାଇଥିଲେ। ଏନେଇ ରେଞ୍ଜର ମହାପାତ୍ର ବାଲେଶ୍ୱର ଡିଏଫ୍‌ଓ ବିଶ୍ୱରାଜ ପଣ୍ଡାଙ୍କୁ ଖବର ଦେଇଥିଲେ। ପରେ ଡିଏଫ୍‌ଓ ପଣ୍ଡା, ଏସ୍‌ଏଫ୍‌ଓ ଶରତ ଚନ୍ଦ୍ର ବେହେରା ଏବଂ ପ୍ରାଣୀ ଚିକିତ୍ସକ ଘଟଣାସ୍ଥଳରେ ପହଞ୍ଚତ୍ ମୃତ ଛୁଆହାତୀକୁ ଜବତ କରିଥିଲେ। ହାତୀର ବ୍ୟବଚ୍ଛେଦ ପରେ ପୋତି ଦିଆଯାଇଛି। ଏନେଇ ଏକ ମାମଲା (ନଂ. ୧୬/୨୧-୨୨) ରୁଜୁ କରାଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ।

Share