Categories: ଫୁରସତ

ମା’ ସହ ଛୁଆ ହାତୀର ଫୁଟ୍‌ବଲ ଖେଳ

ବ୍ୟାଙ୍କକ୍‌: ଗୋଟିଏ ଛୁଆ ହାତୀ ନିଜ ମା’ ସହ ଫୁଟ୍‌ବଲ ଖେଳିବାକୁ ଚେଷ୍ଟା କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଗୋଟିଏ ଛୁଆ ହାତୀ ଏକ ଫୁଟ୍‌ବଲକୁ ନିଜ ମା’ ଆଡ଼କୁ ବାରମ୍ବାର କିକ୍‌ କରି ଖେଳିବା ପାଇଁ ପ୍ରୟାସ କରୁଥିବାର ଦେଖିବାକୁ ମିଳିଛି। ତେବେ ମା’ ହାତୀଟି ନିଜ ଛୁଆ ସହ ଫୁଟ୍‌ବଲ ଖେଳିବା ପାଇଁ ଇଚ୍ଛୁକ ନ ଥିବା ପରି ମନେହେଉଛି। ଫୁଟ୍‌ବଲ ଖେଳିବା ପାଇଁ ମା’ ହାତୀର ଆଗ୍ରହର ଅଭାବ ସତ୍ତ୍ୱେ ଛୁଆ ହାତୀଟି ସହଜରେ ହାର ମାନୁ ନାହିଁ ଏବଂ ବାରମ୍ବାର ବଲ୍‌କୁ କିକ୍‌ ମାରି ମା’ ହାତୀ ନିକଟକୁ ପଠାଉଛି। ଫଳରେ ମା’ ହାତୀଟି ବାଧ୍ୟ ହୋଇ ଉକ୍ତ ବଲ୍‌କୁ ଛୁଆ ହାତୀ ନିକଟକୁ ପାସ୍‌ କରୁଛି।
ଭିଡିଓକୁ ଥାଇଲାଣ୍ଡରେ ଥିବା ଏଲିଫ୍ୟାଣ୍ଟ ନେଚର୍‌ ପାର୍କର ପ୍ରତିଷ୍ଠାତା ଲେକ୍‌ ଚେଲର୍ଟଙ୍କ ଦ୍ୱାରା ଇନ୍‌ଷ୍ଟାଗ୍ରାମରେ ଶେୟାର କରାଯାଇଛି, ଯାହାକୁ ଅନେକ ୟୁଜର୍ସ ପସନ୍ଦ କରିଛନ୍ତି। ଭିଡିଓର କ୍ୟାପ୍‌ଶନରେ ଲେକ୍‌ ଲେଖିଛନ୍ତି, ଏଲିଫ୍ୟାଣ୍ଟ ନେଚର ପାର୍କରେ ଏହି ଛୁଆ ହାତୀଟି ନିଜ ମା’ ସହ ଫୁଟ୍‌ବଲ ଖେଳିବା ପାଇଁ ତା’ର ଚେଷ୍ଟା ଜାରିରଖିଛି। ହାତୀମାନଙ୍କୁ ଏପରି ସକାରାତ୍ମକ ପରିବେଶରେ ଉପଭୋଗ କରୁଥିବାର ଦେଖି ଅନେକ ୟୁଜର୍ସ ଖୁସି ବ୍ୟକ୍ତ କରିଛନ୍ତି।

Share