ବେଳେବେଳେ ଜୀବଜନ୍ତୁଙ୍କର କିଛି କାମ ଦେଖିଲେ ମନ ଆନନ୍ଦିତ ହୋଇଯାଏ। ଏବେ ସୋସିଆଲ ମିଡିଆରେ ସେମିତି ଏକ ହାତୀର ଭିଡିଓ ଭାଇରାଲ ହେଉଛି। ଉପରକୁ ଚଢ଼ିବା ବେଳେ ଏକ ହାତୀଛୁଆ ତଳକୁ ଖସି ପଡୁଛି। ଛୁଆହାତୀକୁ ଅସୁବିଧାରେ ପଡ଼ିଥିବା ଦେଖି ସେଠାରେ ଉପସ୍ଥିତ ଥିବା ହାତୀପଲ ତାକୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।
The social bonding in elephant is one of the strongest. Mother & aunts helps the calf to come up after it slipped. pic.twitter.com/TjOzYAmxGs
— Susanta Nanda IFS (@susantananda3) January 6, 2022
ଏହି ଭିଡିଓକୁ ଭାରତୀୟ ବନସେବା ଅଧିକାରୀ (ଆଇଏଫ୍ଏସ) ସୁଶାନ୍ତ ନନ୍ଦ ତାଙ୍କ ଟୁଇଟର ପେଜ୍ରେ ଶେୟାର କରିଛନ୍ତି। ଏଥିରେ ସେ କ୍ୟାପଶନ ଲେଖିଛନ୍ତି, ହାତୀମାନଙ୍କର ସାମାଜିକ ବନ୍ଧନ ସବୁଠାରୁ ଶକ୍ତିଶାଳୀ। ମା’ ହାତୀ ଏବଂ ଆଉ ଏକ ହାତୀ ଛୁଆକୁ ଖସିଯିବାର ଦେଖି ପରେ ସାହାଯ୍ୟ କରିବାକୁ ଆଗେଇ ଆସୁଛନ୍ତି।
ହାତୀପଲଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଭିଡିଓଟି ସମସ୍ତଙ୍କ ହୃଦୟ ଜିଣିଛି। ଜଣେ ୟୁଜର ଲେଖିଛନ୍ତି, ପଶୁମାନଙ୍କର ଏକତା ପ୍ରକୃତରେ ଆଶ୍ଚର୍ଯ୍ୟଜନକ ଅଟେ। ଆଉ ଜଣେ ୟୁଜର ଲେଖିଛନ୍ତି, ପଶୁମାନେ ସେମାନଙ୍କ ପରିବାରର କୌଣସି ସଦସ୍ୟଙ୍କୁ ଅସୁବିଧାରେ ଛାଡ଼ନ୍ତି ନାହିଁ।