ପାଣି ଡେକ୍‌ଚିରେ ପଡ଼ି ଚାଲିଗଲା ଶିଶୁକନ୍ୟାଙ୍କ ଜୀବନ

ରେଢ଼ାଖୋଲ,୧୯ା୧୦(ଅଚ୍ୟୁତାନନ୍ଦ ପୁରୋହିତ): ସମ୍ବଲପୁର ଜିଲା ରେଢ଼ାଖୋଲ ସହରରେ ଏକ ଅଭାବନୀୟ ଘଟଣା ଘଟିଛି। ଗୁରୁବାର ପାଣି ଡେକ୍‌ଚିରେ ପଡ଼ି ୨ବର୍ଷର ଶିଶୁ କନ୍ୟାଙ୍କ ମୃତ୍ୟୁ ଘଟିଛି।

ମିଳିଥିବା ସୂଚନ ମୁତାବକ, ରେଢ଼ାଖୋଲ ସହର ଦେହୁରିସାହିର ବିବେକା ବେଉରାଙ୍କ ୨ବର୍ଷର ଶିଶୁକନ୍ୟା ନବ୍ୟା ନିବେଦିତା ସକାଳେ ଘରେ ଖେଳୁଥିବା ବେଳେ ଏକ ପାଣିଡେକ଼୍‌ଚି ଭିତରେ ପଡିଯାଇଥିଲେ। ଶିଶୁ କନ୍ୟାଙ୍କ ମା’ ଘରେ ଥିଲେ ମଧ୍ୟ କାମ ବ୍ୟସ୍ତତା ଯୋଗୁ ଜାଣିପାରି ନ ଥିଲେ। ଶିଶୁକୁ ଦେଖି ନ ପାରି ସେ ଘର ବାହାରେ ଖୋଜାଖୋଜି କରିଥିଲେ। ପରେ ଡେକ଼୍‌ଚି ପାଣିରେ ଝିଅ ପଡିଥିବା ଦେଖିଥିଲେ। ଝିଅଙ୍କୁ ଉଦ୍ଧାର କରି ରେଢ଼ାଖୋଲ ଡାକ୍ତରଖାନା ଅଣାଯାଇଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଥିଲେ। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ବିବେକାଙ୍କ ୨ଝିଅ ମଧ୍ୟରୁ ନବ୍ୟା ସାନ ଝିଅ ଥିଲେ।

Share