ପୋଖରୀରେ ବୁଡ଼ି ଚାଲିଗଲା ଶିଶୁକନ୍ୟାଙ୍କ ଜୀବନ

କୋକସରା,୧।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅଧୀନ ମାଝୀଗୁଡ଼ା ଗ୍ରାମରେ ରବିବାର ପୋଖରୀରେ ବୁଡ଼ି ଜଣେ ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ମାଝୀଗୁଡ଼ା ପୋଢ଼ପଡାରେ ରହୁଥିବା ଅଭିଲାଲ ପୋଢ଼ଙ୍କ ୮ ବର୍ଷର ଝିଅ।

ମିଳିଥିବା ସୂଚନା ମୁତାବକ, ଶିଶୁ କନ୍ୟାଟି ରବିବାର ନିଜ ସାଙ୍ଗମାନଙ୍କ ସହ ନିକଟରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ସେତିକି ବେଳେ ପୋଖରୀର ପାଣିରେ ବୁଡି ଯାଇଥିଲା। ଏହା ଦେଖି ସାଙ୍ଗରେ ପାଖରେ ଥିବା ଲୋକଙ୍କୁ ଡାକିଥିଲେ। ସ୍ଥାନୀୟ ଲୋକେ ପହଞ୍ଚି ଶିଶୁକନ୍ୟାଙ୍କୁ ଉଦ୍ଧାର କରିଥିଲେ। ପରେ ତୁରନ୍ତ ପରିବାର ଲୋକେ ତାଙ୍କୁ କୋକସରା ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଖବର ପାଇ ପୋଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରିଥିଲା। ଏନେଇ କୋକସରା ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା(ନଂ.୨୪/୨୩) ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା।

Share