ସାପ କାମୁଡାରେ ଶିଶୁକନ୍ୟା ମୃତ

ହିଞ୍ଜିଳିକାଟୁ ୨୯।୧୨( ଡି.ଏନ.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ସାରୁ ଗ୍ରାମରେ ସାପ କାମୁଡାରେ ୪ ବର୍ଷର ଶିଶୁ କନ୍ୟାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭଲକ୍ଷ୍ମୀ ସାହୁ। ସୂଚନାନୁସାରେ, ଶୁଭଲକ୍ଷ୍ମୀ ଘରେ ଖେଳୁଥିବା ସମୟରେ ଏକ ବିଷଧର ସାପ କାମୁଡ଼ି ଦେଇଥିଲା । ସେ ଗୁରୁତର ହେବାରୁ ପରିବାର ଲୋକେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପରେ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ନିଆଯାଇଥିଲା। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରଖାନାରେ ଶିଶୁଙ୍କ ମୃତ୍ୟୁ ଘଟିଛି। ମୃତ ପରିବାରକୁ ସରକାରୀ ସହାୟତା ପାଇଁ ସାମାଜିକ କର୍ମୀ ଉମାଶଙ୍କର ସାହୁ ଓ ଅନ୍ୟମାନେ ଦାବି କରିଛନ୍ତି।

Share