ଅଲୋଡ଼ା ହେଲା ଶିଶୁକନ୍ୟା: ପୋଖରୀ କୂଳରେ ବ୍ୟାଗ୍‌ ଭିତରେ ପୂରାଇ ଛାଡ଼ି ଚାଲିଗଲେ…

ପାଟଣା,୨୮ା୧୦(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଖିରେଇଟାଙ୍ଗିରୀ ଶିଶୁ ବିଦ୍ୟାମନ୍ଦିର ପଛ ପଟରେ ଥିବା ଏକ ପୋଖରୀ କୂଳରେ ବ୍ୟାଗ୍‌ ଭିତରୁ ସୋମବାର ସକାଳୁ ଏକ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି। ଶିଶୁକୁ ଅତି ନିର୍ମମ ଭାବରେ କେହି ବ୍ୟାଗ୍‌ ଭିତରେ ପୂରାଇ ବ୍ୟାଗ୍‌ର ଚେନ୍‌ ଲଗାଇ ସେଠାରେ ଛାଡ଼ି ଚାଲିଯାଇଥିଲେ। ଗ୍ରାମର ଡାଳିମ୍ବ ମୁଣ୍ଡା ପୋଖରୀକୁ ଯାଉଥିବା ସମୟରେ ଛୁଆର କ୍ରନ୍ଦନ ଶୁଣି ବ୍ୟାଗ୍‌ ଖୋଲିବା ପରେ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ତୁରୁମୁଙ୍ଗା ପୋଲିସ ପହଞ୍ଚି ଶିଶୁକନ୍ୟାକୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛି। ଶିଶୁକନ୍ୟାଟି ୪ରୁ୫ ଦିନର ହୋଇଥିବା ସୂଚନା ମିଳିଥିବା ବେଳେ ଶିଶୁର ସ୍ବାସ୍ଥ୍ୟ ଅବସ୍ଥା ଭଲ ଥିବା ଡାକ୍ତର ଓ ପୋଲିସ କହିଛନ୍ତି। ଶିଶୁକନ୍ୟାଟିର ମା’ ବାପା କିଏ ଜଣା ପଡ଼ି ନ ଥିବାବେଳେ ଏନେଇ ସ୍ଥାନୀୟ ଅଞ୍ଚଳରେ ନାନା ଚର୍ଚ୍ଚା ହେଉଛି। କେହି କୁମାରୀ ମାତୃତ୍ୱକୁ ଲୁଚାଇବାକୁ ଏଭଳି ଉଦ୍ୟମ କରିଥିବା କହୁଥିବା ବେଳେ କୌଣସି ଦମ୍ପତିଙ୍କର ବାରମ୍ବାର କନ୍ୟା ସନ୍ତାନ ଜନ୍ମ ହେବାରୁ ଏଭଳି କରିଥିବା ନେଇ ଚର୍ଚ୍ଚା ହେଉଛି। ତେବେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଅଳିଆ ଗଦାରେ ଦାରିଙ୍ଗବାଡି: ପରିମଳ ନିୟନ୍ତ୍ରଣ ପାଇଁ ନିବେଦନ

ଦାରିଙ୍ଗବାଡି,୨୮।୧୦(ଅରୁଣ ସାହୁ)-ଅଳିଆ ଗଦାରେ ଦାରିଙ୍ଗବାଡି। ପର୍ଯ୍ୟଟନକ୍ଷେତ୍ର ଭାବେ ରାଜ୍ୟ ତଥା ରାଜ୍ୟ ବାହାରେ ପରିଚିତ ରହିଥିବା ଦାରିଙ୍ଗବାଡି ଏବେ ପରିବେଶ ଦୂଷିତ ହେବାରେ ଲାଗିଛି। ସହରରୁ...

ଓଏଏସ୍‌ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର

ଭୁବନେଶ୍ୱର,୨୮।୧୦: ଓଏଏସ୍‌ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର। କ୍ରୀଡା ଓ ଯୁବ ସେବା ବିଭାଗର ଯୁଗ୍ମ ସଚିବ ଶୈଳେନ୍ଦ୍ର କୁମାର ଜେନାଙ୍କୁ ମିଶନ ଶକ୍ତି...

ଘଡ଼ଘଡି ସହ ହେବ ପ୍ରବଳ ବର୍ଷା: ୫ ଜିଲାକୁ ୟେଲୋ ଓ୍ବାର୍ଣ୍ଣିଂ

ଭୁବନେଶ୍ୱର,୨୮।୧୦: ଉପକୂଳବର୍ତ୍ତୀ ଓଡିଶା ଉପରେ ଊର୍ଦ୍ଧ୍ୱ ବାୟୁ ଘୂର୍ଣ୍ଣିବଳୟ ଦକ୍ଷିଣ-ପଶ୍ଚିମ ଦିଗରେ ଅଗ୍ରସର ହେଉଛିି। ଏହି କ୍ରମରେ ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ଏବଂ ଦକ୍ଷିଣ...

କାର୍ତ୍ତିକ ଦ୍ବିତୀୟ ସୋମବାର : ବର୍ଷା ସତ୍ତ୍ବେ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

ବୁଗୁଡ଼ା,୨୮।୧୦(କାଳିଚରଣ ଦାଶ): ପୂଣ୍ୟ ଓ ଧର୍ମ ମାସ କାର୍ତ୍ତିକର ଦ୍ବିତୀୟ ସୋମବାର ବର୍ଷା ସତ୍ତ୍ବେ ପ୍ରସିଦ୍ଧ ଶୈବପୀଠ ବୁଦ୍ଧଖୋଲରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାବେଶ ଦେଖିବାକୁ...

ସାଇ ମନ୍ଦିରରୁ ଚୋରି:୧୭ କେଜି ଅଳଙ୍କାର ନେଇଗଲେ ଚୋର

ଭବାନୀପାଟଣା,୨୮।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅଞ୍ଚଳରେ ସୋମବାର ସକାଳୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଭାଗିରଥି ପାର୍କ ନିକଟସ୍ଥ...

ଆସୁ ଆସୁ ବଡ଼ କାମ କଲେ ବିଡିଓ

ଦାରିଙ୍ଗବାଡି,୨୮।୧୦(ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଗତ ୨ ବର୍ଷ ଧରି ସଫଳତାର ସହ ଷ୍ଟ୍ରବେରୀ ଚାଷ ହୋଇଥିବା ବେଳେ ଚଳିତ ବର୍ଷ...

ସ୍ଥାୟୀ ନିଯୁକ୍ତି ଦାବିରେ ଧାରଣା ଦେଲେ ପାରାମେଡିକାଲ ଷ୍ଟାଫ୍

ନୂଆଦିଲ୍ଲୀ,୨୮ା୧୦: ପୁଣି ଲୋୟର ପିଏମଜିରେ ଗର୍ଜିଛନ୍ତି ଚୁକ୍ତିଭିତ୍ତିକ ପାରାମେଡିକାଲ ଷ୍ଟାଫ୍। ସ୍ଥାୟୀ ନିଯୁକ୍ତି ସହିତ ବିଭିନ୍ନ ଦାବି ପୁରଣ ପାଇଁ ସୋମବାର ଧାରଣା ଦେଇଛନ୍ତି ଶହଶହ...

ଭିଡ଼ ଭିତରେ ନୂଆ ବିଡ଼ିଓ, ସ୍ବାଗତ କଲେ ଶହ ଶହ ଲୋକ

ଦାରିଙ୍ଗବାଡି,୨୮।୧୦(ଅରୁଣ ସାହୁ): ଦାରିଙ୍ଗବାଡିରେ ନୂଆ ବିଡ଼ିଓ ପ୍ରୀତିରଞ୍ଜନ ରଥ କାର୍ଯ୍ୟରେ ଯୋଗଦେବା ପରେ ତାଙ୍କୁ ଭେଟିବାକୁ ଲୋକଙ୍କ ବ୍ଲକ କାର୍ଯ୍ୟାଳୟରେ ଭିଡ଼ ଦେଖିବାକୁ ମିଳିଛି। କଂଗ୍ରେସର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri