ଖତଗଦାରୁ ଶିଶୁକନ୍ୟା ଉଦ୍ଧାର

ମାଲକାନଗିରି,୨୨ା୭ (ନୃସିଂହ ଚରଣ ମହାନ୍ତି): ପୁଣି ଅଲୋଡ଼ା ହେଲା ନବଜାତ ଶିଶୁକନ୍ୟା। ଜରି ବସ୍ତାରେ ଏକ ନବଜାତ ଶିଶୁକନ୍ୟାକୁ ଖତଗଦାରେ ଫିଙ୍ଗା ଦିଆଯାଇଥିବା ବେଳେ ଶନିବାର ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର କରାଯାଇଛି।
ମିଳିଥିବା ସୂଚନା ମୁତାବକ, ମାଲକାନଗିରି ଜିଲା ସଦର ମହକୁମା ତଳସାହିଠାରେ ଅଳିଆ ଆବର୍ଜନାପୂର୍ଣ୍ଣ ଏକ ଖତଗଦାରେ ଶିଶୁକନ୍ୟାର କାନ୍ଦ ଶୁଭିଥିଲା। ଭୋର ପ୍ରାୟ ୪ଟା ସମୟରେ ସ୍ଥାନୀୟ କିଛି ପରିବାର କାନ୍ଦ ଶୁଣି ପ୍ରଥମେ ସାହି ପଡ଼ିଶା ଘରେ କେହି ଜଣେ ଶିଶୁ କାନ୍ଦୁଥିବା ଅନୁମାନ କରିଥିଲେ । କିନ୍ତୁ ଅନବରତ କାନ୍ଦ ଶୁଣି କିଛି ଲୋକେ ଲାଇଟ ଧରି କାନ୍ଦ ଆସୁଥିବା ସ୍ଥାନକୁ ଯାଇ ଦେଖିଲା ବେଳକୁ ଏକ ଜରିବସ୍ତାରେ ଶିଶୁକନ୍ୟା ପଡ଼ି ରହିଥିବା ଦେଖିବାକୁ ପାଇଥିଲେ।
ଏହା କୌଣସି ଅବୈଧ ସନ୍ତାନ କିମ୍ବା କନ୍ୟା ଜନ୍ମ ଯୋଗୁ ବୋଧେ କେହି ଶିଶୁଙ୍କୁ ପକାଇ ପଳାଇଥିବା ଅନୁମାନ କରାଯାଉଛି। ସ୍ଥାନୀୟ ଲୋକେ ଶିଶୁକନ୍ୟାକୁ ଉଦ୍ଧାର କରି ଜିଲା ଚାଇଲ୍ଡ ଲାଇନକୁ ଖବର ଦେଇଥିଲେ । ଚାଇଲ୍ଡ ଲାଇନ କର୍ମକର୍ତ୍ତା ପହଞ୍ଚି ଶିଶୁକନ୍ୟାକୁ ଉଦ୍ଧାର କରିଥିଲେ। ପରେ ଶିଶୁକନ୍ୟାର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ତେବେ ଜନବସତି ମଧ୍ୟରେ କିଏ ଓ କାହିଁକି ଏପରି କର୍ମ କରିଛି ତାହାର ସତ୍ୟତା ଯାଞ୍ଚ କରିବା ସହ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ଜୋର ଧରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାନସିକ ରୋଗାକ୍ରାନ୍ତ ପୁଅ ପାଖରେ ପହଞ୍ଚତ୍ଲା ମେଡିକାଲ ଟିମ୍‌

କୋକସରା,୨୨ା୧୧ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କାଶିବାହାଲ ପଞ୍ଚାୟତ ସିଆଲଲଟି ପଡ଼ା ଗ୍ରାମର ମାନସିକ ରୋଗାକ୍ରାନ୍ତ କେଶବ ମାଝୀ (୨୮)ଙ୍କୁ ବୃଦ୍ଧା...

ଗ୍ୟାସ୍‌ ଲିକ୍‌ରୁ ଅଗ୍ନିକାଣ୍ଡ ଘଟଣା ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ

ଦିଗପହଣ୍ଡି,୨୨ା୧୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ନରେନ୍ଦ୍ରପୁର ଗ୍ରାମରେ ଗତ ଶନିବାର ସନ୍ଧ୍ୟାରେ ଗ୍ୟାସ୍‌ ସିଲିଣ୍ଡର ପାଇପ ଲିକରୁ ଅଗ୍ନିକାଣ୍ଡ ଘଟଣାରେ ଗୋଟିଏ ପରିବାରର ସ୍ବାମୀ,...

ଘରୁ ବୋମା ଜବତ: ପୁଅଙ୍କ ପରେ ବାପା ଗଲେ ଜେଲ

ଦିଗପହଣ୍ଡି,୨୨ା୧୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନ୍‌ଏସି ୧ ନଂ ୱାର୍ଡ ମୁକ୍ତେଶ୍ୱର ଶୈବପୀଠ ସଂଲଗ୍ନ କେନାଲ ସାହିର ଏକ ଭଡ଼ା ଘରେ ରହୁଥିବା ପଦ୍ମନାଭପୁର ଗ୍ରାମର...

ଇନ୍‌ଫର୍ମର ସନ୍ଦେହରେ ୨ ଗ୍ରାମବାସୀଙ୍କୁ ହତ୍ୟା କଲେ ମାଓବାଦୀ

ମାଲକାନଗିରି,୨୨ା୧୧(ଦୁର୍ଯ୍ୟୋଧନ ପାତ୍ର)-ଛତିଶଗଡ ବର୍ଡର ତେଲଙ୍ଗାନା ଭେଜେଡୁ ମଣ୍ଡଳ ପେରୁ ଗ୍ରାମର ଉଇକା ରମେଶ ଏବଂ ଉଇକା ଅର୍ଜୁନଙ୍କୁ ପୋଲିସ ଇନ୍‌ଫର୍ମର ସନ୍ଦେହରେ ମାଓବାଦୀମାନେ ହତ୍ୟା କରିଛନ୍ତି।...

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଦୁର୍ନୀତି ଅଭିଯୋଗର ଭିଜିଲାନ୍ସ ତଦନ୍ତ

ଭବାନୀପାଟଣା,୨୨ା୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ପଲନା ପଞ୍ଚାୟତରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଦୁର୍ନୀତି ହୋଇଥିବା ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀ ସଡ଼କ, ପିଚୁ ରାସ୍ତା ଉପରେ...

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କଲେ ମୋହନ ସରକାର, ଅବସର ପରେ ମିଳିବ…

ଭୁବନେଶ୍ୱର,୨୨।୧୧: ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କଲେ ମୋହନ ସରକାର। ଏଣିକି ସରକାରୀ କର୍ମଚାରୀଙ୍କୁ ଅବସର ଦିନ ପୂର୍ଣ୍ଣାଙ୍ଗ ପେନସନ ସୁନିଶ୍ଚିତ ହେବ। ଏନେଇ...

ହାଡ଼ଭଙ୍ଗା ଶୀତରେ ଥରୁଛି କଳାହାଣ୍ଡିର କଶ୍ମୀର

ଥୁଆମୂଳ ରାମପୁର, ୨୨।୧୧ (ଦୁର୍ଗା କୀର୍ତ୍ତି) : – କଳାହାଣ୍ଡି ଜିଲାର କାଶ୍ମୀର କୁହାଯାଉଥିବା ଥୁଆମୂଳ ରାମପୁର ବ୍ଲକ ଏବେ ଶୀତରେ ଥରୁଛି। ଚଳିତ ବର୍ଷ...

ଦିଲ୍ଲୀ ବାଣିଜ୍ୟ ମେଳାରେ କନ୍ଧମାଳ ହଳଦୀ କିଣିଲେ ମୁଖ୍ୟମନ୍ତ୍ରୀ

ଦାରିଙ୍ଗବାଡି, ୨୨।୧୧ (ଅରୁଣ ସାହୁ )-ଦିଲ୍ଲୀ ପ୍ରଗତି ମଇଦାନରେ ଚାଲିଥିବା ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ କନ୍ଧମାଳ ହଳଦୀ କିଣିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି।...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri