Categories: ଫୁରସତ

ବେବି ମ୍ୟୁଟ୍‌ ମାସ୍କ

ପିଲା ହସରେ ସମସ୍ତେ ହସନ୍ତି। ତାଙ୍କ ହସରେ ତ ଘର ପୁରି ଉଠେ। ତେଣୁ ପିଲା କାନ୍ଦିଲେ କେହି ସହି ପାରନ୍ତି ନାହିଁ। ବେଳେବେଳେ ତ ପିଲାମାନେ ଏତେ ଜୋର୍‌ରେ କାନ୍ଦନ୍ତି ଯେ ତାଙ୍କୁ ଚୁପ୍‌ କରାଇବା ବହୁତ କାଠିକର ପାଠ ହୋଇଯାଏ। ସବୁ କାମ ଦାମ ଛାଡ଼ି ସମସ୍ତେ ତାକୁ ଚୁପ୍‌ କରାଇବାରେ ଲାଗି ଯାଆନ୍ତି। ଏହି ସମୟରେ ଯେତେ ଜରୁରୀ କାମ ଥିଲେ ବି କରି ହୁଏନା। ଏହାକୁ ନଜରରେ ରଖି ଆସିଛି ବେବି ମ୍ୟୁଟ୍‌ ନାମକ ଏକ ମାସ୍କ। ଏହାକୁ ପିନ୍ଧିବା ପରେ ପିଲା ଶାନ୍ତ ହେଇଯିବେ। ଯଦି ବି ପିଲା କାନ୍ଦେ ତାହା ବାହାରକୁ ଶୁଭିବ ନାହିଁ। ଯଦ୍ୱାରା କୌଣସି ଫୋନ୍‌ କଲ୍‌ ରିସିଭ୍‌ କରିବା ଓ ଅଫିସ୍‌ କାମ ସହଜରେ କରିହେବ। ଫ୍ଲାଇଟ୍‌ରେ ଗଲାବେଳେ, ଫିଲ୍ମ ଦେଖିବାବେଳେ, କାର୍‌ରେ ଗଲାବେଳେ ଏହି ମାସ୍କକୁ ପିଲାଙ୍କ ମୁହଁରେ ଲଗାଇଦେଲେ ପିଲାଙ୍କ ପାଟି ଓ ନାକ ଘୋଡାଇ ହୋଇଯାଏ। ଯଦ୍ୱାରା ପିଲାଙ୍କ କାନ୍ଦ ଶବ୍ଦ ବାହାରକୁ ୮୭% କମ୍‌ ଶୁଭିବ। ଏହି ମାସ୍କକୁ କିନ୍ତୁ ଅନେକେ ନାପସନ୍ଦ କରୁଛନ୍ତି। ସେମାନଙ୍କ ମତରେ ପିଲାଙ୍କ ଲାଗି ଏହା କ୍ଷତିକାରକ ସାବ୍ୟସ୍ତ ହୋଇପାରେ।

Share